ଆସନ୍ତାକାଲିଠୁ ପୁଣି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର : ପୁଣି ଖସିବ ପାରଦ ।  ବଢ଼ିବ ଶୀତ ।  ଆକାଶରେ ଦୃଶ୍ୟମାନ ବାଦଲ ହଟିବା ପରେ ଆସନ୍ତାକାଲିଠୁ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢ଼ିବ ।   ଏବେ ସାମାନ୍ୟ ଶୀତ କମିଛି ।  ଆଜି ପାଗ ମେଘୁଆ ଯୋଗୁ କପ୍ତିପଦା ଉପଖଣ୍ଡରେ ଶୀତର ପ୍ରକୋପ କମ ରହିଛି ।  ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଅବସ୍ଥିତ ଥିବାରୁ ଶୀତ ଜନଜୀବନକୁ କରୁଛି ଅସ୍ତବ୍ୟସ୍ତ କରୁଛି ।  କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି ।  ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରି ସେଲସିୟସ, ଝାରସୁଗୁଡ଼ାରେ ୮.୩ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି ।  ସେହିପରି କେନ୍ଦୁଝରରେ ୧୨.୬ ଡିଗ୍ରି ଓ ସମ୍ବଲପୁରରେ ୧୨.୭ ଡିଗ୍ରି ସେଲସିୟସ ରାତି ତାପମାତ୍ରା ଥିବା ରେକର୍ଡ ହୋଇଛି ।  ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଜନଜବୀନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।