ନୂଆବର୍ଷରେ ପୁଣି ରାଜ୍ୟରେ ଥରାଇବ ଶୀତ, ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ନୂଆବର୍ଷରେ ପୁଣି ରାଜ୍ୟରେ ଥରାଇବା ଶୀତ । କମିବ ରାତି ତାପମାତ୍ରା । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଛି । ୩ଦିନ ପରେ ଏହା କ୍ରମଶଃ ହ୍ରାସ ପାଇବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଆସନ୍ତା ସାତ ଦିନ ଯାଏ ପାଗ ଶୁଖିଲା ରହିବ ।
ସେହିପରି ବରଗଡ, ବଲାଙ୍ଗୀର, ନୂଆପଡା, କେନ୍ଦୁଝର, ମୟୂରଭଞ୍ଜ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, କଳାହାଣ୍ଡି, ଏବଂ କନ୍ଧମାଳ ଜିଲ୍ଲାରେ ୫୦ରୁ ୨୦୦ ମିଟର ମଧ୍ୟରେ ଦୃଶ୍ୟମାନ ନ ହେଉଥିବା ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।