ଭୁବନେଶ୍ୱର : ଖସୁଛି ପାରଦ ବଢୁଛି ଶୀତ। ଆଜିଠାରୁ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବ। ଆଗାମୀ ୨୪ ଘଣ୍ଟାରେ ୨ ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା। ଥରିବ ସାରା ଓଡ଼ିଶା। ତେବେ ୩ଟି ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଦିଆଯାଇଛି। ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡକୁ ଜାରି ହୋଇଛି ୱାର୍ଣ୍ଣିଂ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ସହ କୁହୁଡ଼ି ପଡ଼ିବ। ଜଳୀୟବାଷ୍ପ ହ୍ରାସ ସହ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ପାରଦ ଖସିବାରେ ଲାଗିଛି। ଗତ ୨୪ ଘଂଟାରେ ରାଉଲକେଲା, କୋରାପୁଟ ଓ ଭବାନୀପାଟଣାରେ ଶୀତ ସହ କୁହୁଡ଼ି ପଡ଼ିଥିଲା। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୧୧ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି। ଦାରିଙ୍ଗବାଡିରେ ସର୍ବନିମ୍ନ ୯.୫ ଡିଗ୍ରୀ ସେଲସିଅସକୁ ଖସିଥିଲା ତାପମାତ୍ରା।