ଜାଡ଼ରେ ଥରୁଛି ଓଡ଼ିଶା, ଘନ କୁହୁଡି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଜାଡ଼ରେ ଥରୁଛି ସାରା ଓଡ଼ିଶା । କମୁଛି ପାରଦ, ବଢୁଛି ଶୀତ । ଆଭ୍ୟନ୍ତରୀଣରୁ ଉପକୂଳ ସବୁଠି ଶୀତର ପ୍ରକୋପ । ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।  ଏହା ଦ୍ବାରା ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି ।  ଆସନ୍ତା ସପ୍ତାହେ ଯାଏଁ ଅର୍ଥାତ ୯ ତାରିଖ ଯାଏ ପାଗ ଶୁଖିଲା ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଅନୁଭୂତ ହେବ ।  ଘନକୁହୁଡ଼ି ପାଇଁ ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାକ୍ରା ୭.୫ ଡିଗ୍ରୀ ରହିଥିଲା ।  ୧୦ ଡିଗ୍ରୀ ତଲେ ଥିଲା ୬ ସହରର ତାପମାତ୍ରା ।

ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୭.୫ଡିଗ୍ରି ରହିଥିଲା । ଏହି ସହର ସମେତ ୬ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି । ରାଉରକେଲାରେ ୮.୭, ଝାରସୁଗୁଡ଼ା ଓ ଅନୁଗୁଳରେ‌ ୯, ଦାରିଙ୍ଗିବାଡ଼ିରେ ୯.୫ ଓ ଭବାନୀପାଟଣାରେ ୯.୯ ଡିଗ୍ରି ରହିଥିଲା । ସେହିଭଳି ୩ଟି ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା । ବଲାଙ୍ଗୀର ଓ ନୂଆପଡ଼ାରେ ୩୦ ଏବଂ ବରଗଡ଼ରେ ୩୧.୨ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି  ।