ପୁଣି ଫେରିବ ଶୀତଲହର, କୁହୁଡି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିବ ଶୀତ । କାଲିଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ । ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ । ପଶ୍ଚିମା ଝଡ ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ । ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ ।  ସେହିପରି ୨ ଦିନ ପାଇଁ ଘନ କୁହୁଡି ଚେତାବନୀ ଦିଆଯାଇଛି । ୧୭ରେ ଘନ କୁହୁଡି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆଜିଠୁ ସର୍ବନିମ୍ନ ତାପମାତ୍ରା ୧୭ ରୁ ୧୮ ଡିଗ୍ରି ସେଲସିୟସ ରହିବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଏହା ପରଦିନ ତାପମାତ୍ରା ୧୩ ଡିଗ୍ରି ସେଲସିୟସକୁ ଖସିବାର ସମ୍ଭାବନା ରହିଛି । କଟକ ସହରର ତାପମାତ୍ରା ଏହି ସମୟ ମଧ୍ୟରେ ୧୪ ଡିଗ୍ରିରୁ ୧୨ ଡିଗ୍ରିକୁ ଖସିଯିବ ବୋଲି ପୂର୍ବାନୂମାନ କରାଯାଇଛି ।

You might also like