ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ଶୀତ, ଅସ୍ତବ୍ୟସ୍ତ କରିବ ଘନ କୁହୁଡି

ଭୁବନେଶ୍ଵର : କମିଲା ପାରଦ, ବଢ଼ିଲା ଶୀତ। ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଲା ରାତି ତାପମାତ୍ରା । ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିଛି । ପ୍ରଭାବରେ ରାତିର ତାପମାତ୍ରା ଅହେତୁକ ଭାବରେ କମିଥିବା ଆକଳନ କରାଯାଇଛି । ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲାଗି ରହିବ । ଶୀତ ସହ ଘନ କୁହୁଡି ଅସ୍ତବ୍ୟସ୍ତ କରିବ ।

ସେପଟେ ଅସହ୍ୟ ଜାଡ଼ରେ ଥରୁଛି ମୟୂରଭଞ୍ଜ । ଶିମିଳିପାଳର ଚହଲାରେ ୫ ଡିଗ୍ରୀକୁ ଖସିଲା ପାରଦ । ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବାରୁ ପ୍ରବଳ ଶୀତ ଅନୁଭବ ହୋଇଛି। ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ରେକର୍ଡ ‌କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୯.୨, କିରେଇରେ ୯.୭, ସିମିଳିଗୁଡ଼ାରେ ୧୦.୧, ସୁନ୍ଦରଗଡ଼ରେ ୧୦.୭, ଫୁଲବାଣୀରେ ୧୧, କେନ୍ଦୁଝରରେ ୧୨.୪, ବାରିପଦାରେ ୧୨.୬, ସୋନପୁରରେ ୧୨.୯, ଅନୁଗୁଳରେ ୧୩, ବାଲେଶ୍ବରରେ ୧୩.୩, ବଲାଙ୍ଗୀରରେ ୧୩.୫, ହୀରାକୁଦରେ ୧୪.୧, ଯାଜପୁରରେ ୧୪.୨, ଜଗତ୍‌ସିଂହପୁରରେ ୧୪.୪, କୋରାପୁଟରେ ୧୪.୪, ଢେଙ୍କାନାଳରେ ୧୪.୭ ଡିଗ୍ରି ରହିଥିଲା।