କନ୍ଧମାଳରେ ଘନ କୁହୁଡି ସହ ଶୀତର ପ୍ରଭାବ: ଆଜି ସକାଳୁ ୧୦ ରୁ ୧୫ ଡିଗ୍ରୀ ରହିଛି ତାପମାତ୍ରା

କନ୍ଧମାଳ(କେନ୍ଯୁଜ୍): କନ୍ଧମାଳକୁ ପୁଣି ଫେରିଲା ଶୀତ । ଘନ କୁହୁଡି ସହ ଶୀତର ପ୍ରଭାବ । ବାତ୍ୟା ଜଓ୍ଵାଦ ଗଲା ପରେ ଜିଲ୍ଲାର ଦାରିଙ୍ଗବାଡି, ଫୁଲବାଣୀ, ବାଲିଗୁଡା, କୋଟଗଡ଼ ଆଦି ଅଞ୍ଚଳରେ ପୁଣି ଶୀତ ଆରମ୍ଭ ହୋଇଛି । ଆଜି ସକାଳୁ ତାପମାତ୍ରା ୧୦ ରୁ ୧୫ ଡିଗ୍ରୀ ରହିଛି ।

ଘନ କୁହୁଡି ଯୋଗୁଁ ମୁହଁକୁ ମୁହଁ ଦେଖାଯାଉନାହିଁ । ଲୋକେ ଘରୁ ବାହାରିବା କଷ୍ଟକର ହୋଇଛି । ଅସମ୍ଭାଳ ଶୀତ ଏବଂ ଘନ କୁହୁଡି ଯୋଗୁଁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.