୧୦ ଡିଗ୍ରୀ ତଳକୁ ଖସିଲା ପାରଦ: ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଥଣ୍ଡା ସହର କୋରାପୁଟ ଜିଲ୍ଲା ସେମିଳିଗୁଡ଼ା

କୋରାପୁଟ(କେନ୍ୟୁଜ୍): ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ପଡ଼ିଲାଣି ଶୀତ । ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ରାତିର ତାପମାତ୍ରା । ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା । ସେଠାରେ ରାତିର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି ।

ସେହିପରି କୋରାପୁଟରେ ୧୧.୫, କନ୍ଧମାଳ ଜିଲ୍ଲା ଜି. ଉଦୟଗିରରେ ୧୧ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ରାତିର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଫୁଲବାଣୀରେ ୧୩.୫ ଡିଗ୍ରୀ, ଭବାନୀପାଟଣାପେ ୧୪.୪ ଡିଗ୍ରୀ ଓ ଚିପିଲିମାରେ ରାତିର ତାପମାତ୍ରା ରହିଛି ୧୪.୬ ଡିଗ୍ରୀ ସେଲସିୟସ୍‌ ।

Leave A Reply

Your email address will not be published.