ଭାରସାମ୍ୟ ହରାଇ ଓଲଟି ପଡିଲା କଲେଜ ବସ୍ , ଡ୍ରାଇଭର ଗୁରୁତର

ସିନ୍ଧେକେଲା: ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ଗାଁ ନିକଟରେ କଲେଜ ବସ୍ ଦୁର୍ଘଟଣା ହୋଇଛି । ଏଥିରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଖଡିଆଳରୁ ଭବାନୀପାଟଣା ଯାଉଥିଲା ବସ୍ । ତେବେ କୌଣସି କାରଣରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ସୂଚନା ଅନୁଯାୟୀ ଖଡ଼ିଆଳ ସ୍ଥିତ ମହାତ୍ମା ଗାନ୍ଧୀ ସାଇନ୍ସ କଲେଜ୍ ର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ଓଡି ୨୬ ଡି ୬୧୭୧ ନମ୍ବର ବସରେ ଖଡ଼ିଆଳରୁ ଭବାନୀପାଟଣା ପଟକୁ ଯାଉଥିଲା । ତେବେ କୌଣସି କାରଣରୁ ୧୬ ନମ୍ବର ରାଜ୍ୟ ରାଜପଥ କଡ଼ରେ ଅବସ୍ଥିତ ଶୁଣ୍ଢିମୁଣ୍ଡା ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହାଫଳରେ ଚାଳକ ଅତି ଗୁରୁତର ଥିବାବେଳେ ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀ ଗୁରୁତର ଓ ପ୍ରାୟ ୩୦ ସାମାନ୍ୟ ଆହତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀମାନଙ୍କ ଠାରୁ ସୂଚନା ମିଳିଛି ।
ଆହୁରି ପଢ଼ନ୍ତୁ : ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ