ଭଦ୍ରକ: ଆଡ଼ମିଶନ ଫି ବୃଦ୍ଧିକୁ ନେଇ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତେଜନା

ଚାନ୍ଦବାଲି(କେନ୍ୟୁଜ୍):  ଆଡ଼ମିଶନ ଫି ବୃଦ୍ଧିକୁ ନେଇ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତେଜନା । ଶତାଧିକ ଛାତ୍ରଛାତ୍ରୀ କଲେଜ ଗେଟ ଆଗରେ ଟାୟାର ଜାଳି ହୋହାଲ୍ଲା କରିବା ସହ ଆନ୍ଦୋଳନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ମୁତାବକ ଆଡମିସନ ଫି   ବାବଦକୁ ୫୨୦ ଟଙ୍କା ନେବା କଥା ହେଲେ କଲେଜ କତୃପକ୍ଷ ୧ ହଜାରରୁ ଉର୍ଦ୍ଧ ଟଙ୍କା ନେଉଛନ୍ତି ।

bhadrak clga

ବାରମ୍ବାର ଜଣାଇବା ପରେ ବି ଆଡମିସନ ଫି କମାଉନାହାଁନ୍ତି କଲେଜ କତୃପକ୍ଷ।  ତେଣୁ ଆଡମିସନ ଫି କମାଇବା ଦାବି କରି ଆଜି ଯୁକ୍ତ୨ ର ଛାତ୍ରଛାତ୍ରୀ କଲେଜ ଫାଟକ ଆଗରେ ବିକ୍ଷୋଭ କରିବା ସହ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ଏହି ଘଟଣାକୁ ନେଇ କଲେଜ ପରିସରରେ କିଛି ସମୟ ପାଇଁ ଅଶାନ୍ତ ହୋଇପଡିଥିଲା । ତେବେ ଛାତ୍ରଛାତ୍ରୀ ଓ କଲେଜ କର୍ତୃପକ୍ଷଙ୍କ ସହ ଆଲୋଚନା ବର୍ତ୍ତମାନ ସୁଦ୍ଧା ଜାରି ରହିଛି ।

Leave A Reply

Your email address will not be published.