ରାଜଧାନୀରେ ସହଦେବ ନାୟକ ହତ୍ୟା ମାମଲା, ସଂଗୃହୀତ ରକ୍ତର ହେବ ଡିଏନଏ ଟେଷ୍ଟ

ଭୁବନେଶ୍ୱର : ରାଜଧାନୀରେ ସହଦେବ ନାୟକ ହତ୍ୟା ମାମଲାରେ ହେବ ଡିଏନଏ ଟେଷ୍ଟ । ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବ ନାୟକ ହତ୍ୟା ଘଟଣାରେ ସଂଗୃହୀତ ରକ୍ତର ହେବ ଡିଏନଏ ଟେଷ୍ଟ । ମୃତକଙ୍କ ପୋଷାକରୁ ମିଳିଥିବା ରକ୍ତ, ହତ୍ୟାକାଣ୍ଡ ସ୍ଥାନରୁ ସଂଗୃହୀତ ରକ୍ତ, ହତ୍ୟାରେ ବ୍ୟବହୃତ ଖଣ୍ଡାରେ ଲାଗିଥିବା ରକ୍ତର ଡିଏନଏ ପ୍ରୋଫାଇଲିଂ ହେବ ।

ସଂଗୃହୀତ ସମସ୍ତ ରକ୍ତର ନମୂନାକୁ ଆସନ୍ତାକାଲି ଏସଏଫଏସଏଲକୁ ଡିଏନଏ ଟେଷ୍ଟ ପାଇଁ ପଠାଯିବ ।  ଜାନୁଆରୀ ୮ତାରିଖ ସକାଳେ ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବ ନାୟକଙ୍କୁ ବୀଭତ୍ସ ହତ୍ୟା କରିଥିଲେ ୨ ଦୁର୍ବୃତ୍ତ । ପ୍ରଥମ ଦିନରେ ଦୁଇ ହତ୍ୟାକାରୀଙ୍କୁ ନୟାଗଡ଼ ଶରଣକୂଳରୁ ଗିରଫ କରିଥିଲା କମିସନରେଟ ପୋଲିସ । ୯ ତାରିଖରେ ଆଉ ୩ ହତ୍ୟାକୀରୀଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଲିଙ୍ଗିପୁର ନିକୟ ଦୟାନଦୀରୁ ଜବତ କରଯାଇଥିଲା ।

ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏଟ କରିଥିଲା ମଞ୍ଚେଶ୍ବର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ । ସହଦେଵ ନାୟକ ସଫେଇ ସଂଘର ସଭାପତି ଥିଲେ ।  ବ୍ୟକ୍ତିଗତ ଶତ୍ରୁତା ଓ ବ୍ରାଉନସୁଗର କାରବାର ପାଇଁ ତାଙ୍କର ହତ୍ୟା କରାଯାଇଥିବା ପୂର୍ବରୁ ସୂଚନା ଦେଇଛି ପୋଲିସ।

You might also like