ଗୁହାରି ଶୁଣିଲେ ଯାଜପୁର ଜିଲ୍ଲାପାଳ: ଦୃଷ୍ଟିବାଧିତ ପ୍ରଫୁଲ୍ଲଙ୍କୁ ମିଳିଲା ୪ ଡିସିମିଲ ଜମି ପଟ୍ଟା

ଯାଜପୁର ରୋଡ଼(କେନ୍ୟୁଜ୍): ଦୀର୍ଘ ଦିନର ସଙ୍ଘର୍ଷ ଫଳପ୍ରଦ ହୋଇଛି।  ଦୃଷ୍ଟିବାଧିତ ପ୍ରଫୁଲ୍ଲଙ୍କୁ ମିଳିଛି ଜମି ପଟ୍ଟା । ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଜି ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ପ୍ରଫୁଲ୍ଲଙ୍କୁ ବସୁନ୍ଧରା ଯୋଜନାରେ ୪  ଡିସିମିଲ ଘରବାଡ଼ି ପଟ୍ଟା ପ୍ରଦାନ କରାଯାଇଛି।

ବ୍ୟାସନଗର ତହସିଲଦାର ଅଶୋକ ମାଝୀ ଓ ଅତିରିକ୍ତ ତହସିଲଦାର ବିକ୍ରମ ମଲିକ ପ୍ରଫୁଲ୍ଲକୁ ଜମି ପଟ୍ଟା ପ୍ରଦାନ କରିବା ସହ ସରକାରଙ୍କର ସମସ୍ତ ଯୋଜନାରେ କିପରି ଦିବ୍ୟଙ୍ଗ ପ୍ରଫୁଲ ଉପକୃତ ହୋଇପାରିବେ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି. ଜମି ପଟ୍ଟା ପାଇବା ପରେ ପ୍ରଫୁଲ୍ଲ ଯାଜପୁର ଜିଲ୍ଲାପାଳ ଓ ବ୍ୟାସନଗର ତହସିଲଦାରଙ୍କୁ ଧନ୍ୟବାଦ ଦେବା ସହ ଖୁବ୍ ଶୀଘ୍ର ଆବାସ ଯୋଜନାରେ ଗୃହ ଖଣ୍ଡେ ପାଇବା ପାଇଁ ଆଶା ରଖିଥିବା କହିଛନ୍ତି. କିଛି ଦିନ ହେବ ଜିଲାପାଳଙ୍କୁ ଗୀତ ଗାଇ ଅଭିନବ ଉପାୟରେ ପ୍ରଫୁଲ୍ଲ ଜମି ପଟ୍ଟା ପ୍ରଦାନ କରିବା ପାଇଁ ଗୁହାରି କରିଥିଲେ.. ଯାହା ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.