Categories: ରାଜ୍ୟ

ମଦ ନେଲା ଚାକିରି, ଅଫିସ ଛାଡି ବାରରେ ମଦ ପିଉଥିବା ୩ କର୍ମଚାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ଯାଜପୁର ଟାଉନ (କେନ୍ୟୁଜ୍) : ମହଙ୍ଗା ପଡିଛି ଅଫିସ ସମୟରେ ମଦ୍ୟପାନ କରିବା । ୩ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରା ନିଲମ୍ବିତ ହୋଇଥିବା ଖବର ଏବେ ଚର୍ଚ୍ଚାକୁ ଆସିଛି । ସରକାର ଜନସାଧାରଣଙ୍କ ପାଇଁ ବିବିଧ ଯୋଜନା କରିଛନ୍ତି ସେହି ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାକୁ ମାସିକ ହଜାର ହଜାର ଟଙ୍କା ଦରମା ପାଇ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ଏହି ଯୋଜନା ଯେପରି ତୃଣମୁଳ ସ୍ତରର ଲୋକଙ୍କ ପର‌୍ୟ୍ୟନ୍ତ ପହଂଚିବ ଓ ସେମାନେ ଉପକୃତ ହେବେ,ଏହାହିଁ ମୁଳଲକ୍ଷ୍ୟ ହୋଇଥିବା ବେଳେ ଅପରପକ୍ଷରେ କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତିତା,ଟେକନୋଲୋଜି,ନୂତନ ଚିନ୍ତାଧାରା,ସାମୁହିକ ଉଦ୍ୟମ ଦ୍ୱାରା ସପଂଳତା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ୫T ପରାମର୍ଶ ଦେଇ ପ୍ରଶାସନକୁ ଚଳଚଂଚଳ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।

ତେବେ କିଛି ଲଗାମ ଛଡା ଓ ଅସାଧୁ କର୍ମଚାରୀଙ୍କ ପାଇଁ ଅନେକ କ୍ଷେତ୍ରରେ ଯୋଜନାର ସୁଫଳ ମିଳୁନାହିଁ । କିନ୍ତୁ ପ୍ରଶାସନ ଜନସାଧାରଣଙ୍କ ପାଖରେ ନିନ୍ଦିତ ହେଉଛି । ଶୁକ୍ରବାର ସେହିପରି ଏକ ଘଟଣାରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଯୋଗାଣ ବିଭାଗ ଅପିଂସ ଅତର୍କିତ ଚଢ଼ାଉ କରି ୩ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି ।

ଅଫିସ ସମୟ ମଧ୍ୟରେ ଯୋଗାଣ ବିଭାଗର କର୍ମଚାରୀ ଅଫିସ ନିକଟସ୍ଥ ଏକ ହୋଟେଲରେ ମଦ୍ୟପାନ କରୁଥିବା ସୁଚନା ପାଇ ଜିଲାପାଳ ସେହି ହୋଟେଲ ଉପରେ ଚଢ଼ାଉ କରିଥିଲେ । ତେବେ ମିଲନ ହୋଟେଲରୁ ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ,ଜୁନିଅର ଏକାଉଣ୍ଟାଂଟ୍ ଗୌତମ ରାୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଭାକର ନାଥ ଜିଲାପାଳଙ୍କ ହାତରେ ମଦ୍ୟପାନରେ ନିମଗ୍ନ ଥିବା ବେଳେ ଧରାପଡିଥିଲେ । ସରକାରୀ କର୍ମଚାରୀ ଜନସାଧାରଣଙ୍କ ସେବା ପାଇଁ ଦରମା ପାଉଥିବା ବେଳେ ଅପିଂସ କାର‌୍ୟ୍ୟ ସମୟରେ ଏପରି ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଜିଲାପାଳ ସୂଚନା ଦେଇ ଏହି ୩ ଜଣଙ୍କୁ ନିଲମ୍ବିତ କରିଛନ୍ତି ।

Pritiparna

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

10 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

23 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

24 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago