ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ ସେକ୍ସ ନିଶା, ଯୁବତୀଙ୍କୁ ଆଣି ସ୍ତ୍ରୀ ସାମ୍ନାରେ କରୁଥିଲେ ସେକ୍ସ

ରାଇରଙ୍ଗପୁର : ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ ସେକ୍ସ ନିଶା। କଲେଜ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଆସିଛି ସଙ୍ଗିନ ଅଭିଯୋଗ। ସ୍ତ୍ରୀ ଥାଉ ଥାଉ କଲେଜର ଯୁବତୀଙ୍କୁ ଘରକୁ ଆଣି ସ୍ତ୍ରୀ ସାମନାରେ କରୁଥିଲେ ସେକ୍ସ । ବିରୋଧ କରିବାରୁ ସ୍ତ୍ରୀଙ୍କୁ ମିଳୁଥିଲା ଧମକ। ସ୍ତ୍ରୀଙ୍କୁ ମଧ୍ୟ ତାଙ୍କ ସାଙ୍ଗ ସାଥୀଙ୍କୁ ଘରକୁ ଡାକି ତାଙ୍କ ସହ ସେକ୍ସ କରାଇବା ନେଇ କରୁଥିଲେ ବାଧ୍ୟ। ସ୍ତ୍ରୀଙ୍କୁ ହତ୍ୟା ଧମକ ଦେଇ ପ୍ରେମିକାଙ୍କୁ ମଧ୍ୟ ଘରେ ଲୁଚାଇ ରଖି ସ୍ତ୍ରୀଙ୍କ ସାମନାରେ କରୁଥିଲେ ସେକ୍ସ। ନିର୍ଦ୍ଦେଶକଙ୍କୁ ସେକ୍ସର ଏତେ ନିଶା ଚଢିଯାଇଥିଲା ଯେ ବିରୋଧ କରିବାରୁ ପ୍ରେମିକାଙ୍କ ସହ ମିଶି ସ୍ତ୍ରୀଙ୍କୁ କିରୋସିନି ଢାଳି ହତ୍ୟା ଉଦ୍ୟମ କରିବାକୁ ପଛାଇନଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଦୁବୁଲାବେଡା ଗ୍ରାମରେ।

୨୦୧୮ ମସିହାରେ ବୈଦିକ ରୀତିନୀତିରେ ସାନହାତନା ବେଡା ଗ୍ରାମର ପୁଷ୍ପା ମହାନ୍ତଙ୍କୁ ବିବାହ କରିଥିଲେ ରାଇରଙ୍ଗପୁରର ପ୍ରତିଷ୍ଠିତ ଟେକ୍ନୋୱାର୍ଲଡ଼ ଆବାସିକ ମହାବିଦ୍ୟାଳୟର ନିର୍ଦ୍ଦେଶକ ଉମାକାନ୍ତ ମହାନ୍ତ । ପ୍ରଥମ କିଛି ମାସ ହସ ଖୁସିରେ କଟିଥିବା ବେଳେ ବିବାହର କିଛି ମାସ ପରେ ହିଁ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ସ୍ତ୍ରୀ ବିରୋଧ କରିବାରୁ ତାଙ୍କ ଗୋଡ଼ ହାତ ବାନ୍ଧି ମାଡ ମାରି ଭୃଣ ମଧ୍ୟ ନଷ୍ଟ କରିଥିଲେ ନିର୍ଦ୍ଦେଶକ ଉମାକାନ୍ତ।

ହତ୍ୟା ଧମକ ଦେଇ ସ୍ତ୍ରୀଙ୍କ ସାମନାରେ ଏଭଳି କୁକର୍ମ କରି ଚାଲିଥିଲେ ସ୍ୱାମୀ ଉମାକାନ୍ତ।ପରେ ବଡକେଡ଼ମ ଅଂଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ପ୍ରଥମେ କେନ୍ଦୁଝର ଓ ପରେ ଘରକୁ ଆଣିଥିଲେ। ଘରକୁ ଆଣି ଲୁଚାଇ ରଖି ସ୍ତ୍ରୀଙ୍କ ସାମନାରେ ଅଶ୍ଳିଳ କାମ କରୁଥିଲେ ଓ ବିରୋଧ କରିବାରୁ ପ୍ରେମିକା ସହ ମିଶି ସ୍ତ୍ରୀଙ୍କୁ ମାଡ ମାରୁଥିଲେ। ପ୍ରେମିକାକୁ ନିଜ ସଉତୁଣୀ ଭାବି ନିଜ ସ୍ୱାମୀଙ୍କ କୁକର୍ମକୁ ଭୟରେ କାହାରିକୁ ନ କହି, ଭାଗ୍ୟକୁ ଆଦରି ସେହି ଘରେ ହି ରହିବାକୁ ଚେଷ୍ଟା କରିଥିଲେ ପୁଷ୍ପା ।

ହେଲେ ଅଧିକ ନିର୍ଯାତନା ପାଇବା ପରେ ସ୍ତ୍ରୀ ନିଜେ ଅନ୍ୟ ଏକ ଘରେ ଭଡା ନେଇ ରହିବାକୁ ଯୋଜନା କରିଥିଲେ ସୁଦ୍ଧା ନିଜ ସ୍ୱାମୀଙ୍କ କୁକର୍ମକୁ ପଦାକୁ ଆଣିନଥିଲେ । କିନ୍ତୁ ଗତକାଲି ପୁଷ୍ପା ରୋଷେଇ ଗୃହରେ ଥିବାବେଳେ ତାଙ୍କ ସ୍ୱାମୀ ଓ ପ୍ରେମିକା ଜଣକ ତାଙ୍କ ଦେହରେ କିରୋସିନି ଢାଳି ମାରିଦେବାକୁ ଚେଷ୍ଟା କରିଥିଲେ । ତେବେ ପୁଷ୍ପାଙ୍କ ଚିତ୍କାର ଶୁଣି ସାହି ପଡିଶା ଲୋକେ ଘରକୁ ପଶି ଆସି ପୁଷ୍ପାଙ୍କୁ ଉଦ୍ଧାର କରିଥିଲେ। ଭୟରେ ସ୍ୱାମୀ ଓ ପ୍ରେମିକା ଏକ ରୁମରେ ପଶିଯାଇଥିବା ବେଳେ ସେଠାରେ ଚାପା ଉତ୍ତେଜନା ଲାଗିରହିଥିଲା ।

ଖବର ପାଇ ପୋଲିସ ପହଁଚି ସେମାନଙ୍କୁ ଉଦ୍ଧାର କରିଥିଲେ। ପୋଲିସ ସମ୍ମୁଖରେ ମଧ୍ୟ ନିର୍ଦ୍ଦେଶକ ଉମାକାନ୍ତ ଓ ତାଙ୍କ ପ୍ରେମିକ ଉତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସ୍ତ୍ରୀ ଥାଉ ଥାଉ ଘରେ ପ୍ରେମିକାଙ୍କୁ ଲୁଚାଇ ରଖି ସ୍ତ୍ରୀଙ୍କୁ ହତ୍ୟା କରିବା ଘଟଣାନକୁ ନିନ୍ଦା କରି ଲୋକେ ନିର୍ଦ୍ଦେଶକଙ୍କୁ ଠେଲା ପେଲା ଓ ମାଡ ମାରିଥିଲେ । ସ୍ତ୍ରୀଙ୍କ ହତ୍ୟା ଅଭିଯୋଗ ପରେ ଟାଉନ ଥାନା ପୋଲିସ ସ୍ୱାମୀ ଉମାକାନ୍ତ ମହାନ୍ତ ଓ ପ୍ରେମିକା ପୂଜାରାଣୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.