ହ୍ବାଟ୍ସଆପ୍ ରେ ଷ୍ଟାଟସ୍ ଦେଇ ଝୁଲିପଡିଲେ କଲେଜ୍ ଛାତ୍ରୀ

ଆନନ୍ଦପୁର : ହ୍ବାଟ୍ସଆପ୍ ରେ  ଷ୍ଟାଟସ୍  ଦେଇ ରହୁଥିବା ମେସ୍ ରୁମ୍ ରେ ଆଜି ସନ୍ଧ୍ଯାରେ ବେକରେ ଓଡଣୀ ଲଗାଇ ଝୁଲିପଡି ମୃତ୍ୟୁବରଣ  କରିଛନ୍ତି  ଜଣେ କଲେଜ୍ ଛାତ୍ରୀ । ”ମୁଁ ଦୁଃଖିତ ଆଜି ମୋର ଶେଷ ଦିନ। ଆଉ କାହା ପାଇଁ ଆଜି ମୁଁ ଫସିଗଲି । ମୋର ଭୁଲ ନଥାଇବି ମୁଁ ଦୋଷୀ ହୋଇଗଲି ସେଥିପାଇଁ ସମସ୍ତଙ୍କ ଠାରୁ ଦୁରକୁ ଚାଲି ଯାଉଛି । ମତେ କ୍ଷମା କରିଦେବ  ।”  ଏମିତି ସ୍ଟାଟସ ରଖି ଜୀବନ ହାରିଲେ ଛାତ୍ରୀ । ଆନନ୍ଦପୁର ପୌରାଞ୍ଚଳ ଅଧିନ ଫକିରପୁ ତାରିଣୀ ମହିଳା ମେସ୍ ଠାରେ ଘଟିଛି ଏଭଳି  ଅଘଟଣ ।  ମୃତା ଛାତ୍ରୀ ମାନସୀ  ନାୟକ,  ଘର ଯାଜପୁର ଜିଲ୍ଲା ଟମକା ଥାନା ବାଦିବିଲ ଗାଁ ରେ । ସେ ଏଠାରେ ରହି ଆନନ୍ଦପୁର ମହାବିଦ୍ୟାଳୟ ଠାରେ +3 ଶେଷବର୍ଷ ବିଜ୍ଞାନ ରେ ପାଠ ପଢୁଥିଲେ।  ଘଟଣାର ଖବର ପାଇ ଆନନ୍ଦପୁର ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।  ମୃତା ଛାତ୍ରୀ ର ମୋବାଇଲ୍ ଜବଦ କରିବାସହ ମେସ୍ ରେ ଥିବା ଅନ୍ଯ ଅନ୍ତେବାସୀଙ୍କୁ  ପଚାରା ଉଚରା ଚଳାଇଛି ପୋଲିସ । ତେବେ ଷ୍ଟାଟସ୍ ର ଲେଖାକୁ ଦେଖିଲେ ଆତ୍ମହତ୍ୟା  ପଛରେ କିଛି  ଭିନ୍ନ କାରଣ ରହିଥିବା ସଂନ୍ଦେହ ହୋଇଛି ।