ରାଜ୍ୟ

ଗୁରୁ ନାଁରେ କଳଙ୍କ : ଯୁକ୍ତ ୨ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ କଲେଜ ଅଧ୍ୟକ୍ଷ

ନୟାଗଡ଼ (କେନ୍ୟୁଜ): କଲେଜ ଅଧ୍ୟକ୍ଷଙ୍କୁ ନିଜ ସମସ୍ୟା ଜଣାଇବାକୁ ଯାଇଥିଲେ ୨ ଛାତ୍ରୀ। ହେଲେ ଛାତ୍ରୀମାନଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ଅସଦାଚରଣ କଲେ କଲେଜ ଅଧ୍ୟକ୍ଷ। ଏପରିକି ତୁମେ ମୋ’ କଥା ବୁଝିଲେ ମୁଁ ବି ତୁମ କଥା ବୁଝିବି କହି ଗାଲକୁ ଚିମୁଟି ଦେଲେ ବୋଲି କରିଛନ୍ତି ଛାତ୍ରୀମାନେ। ଅଭିଯୋଗ ଆଧାରରେ କଲେଜ ଅଧ୍ୟକ୍ଷଙ୍କୁ ବାନ୍ଧିଛି ପୋଲିସ୍‌ ।

ସୂଚନା ଅନୁଯାୟୀ ଏପରି ଲଜ୍ଜାଜନକ ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେନ୍ଦୁଢିପି ନବ ଚୌଧୁରୀ ମହାବିଦ୍ୟାଳୟରେ ଘଟିଛି। ଗୁରୁ ନାଁରେ କଳଙ୍କ ସାଜିଥିବା ଏହି ଶିକ୍ଷକଙ୍କ ନାଁ ପ୍ରଦୀପ୍ତ ହାତୀ ବୋଲି ଜଣାଯାଇଛି। ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢ଼ୁଥିବା ଦୁଇ କଲେଜ ଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ନିଜ ସମସ୍ୟା ଜଣାଇବାକୁ ଯାଇଥିବା ଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷ କହିଥିଲେ ଆଗ ମୋ କଥା ବୁଝ ମୁଁ ତମ କଥା ବୁଝି ଦେବି। ଏହା କହିବା ସହ ତାଙ୍କ ଗାଲକୁ ଚିପି ଦେଇଥିବା କଥା ଛାତ୍ରୀମାନେ କହିଛନ୍ତି।

ଆଉ ଏକଥା ବାହାରେ ପ୍ରଘଟ କଲେ ପରୀକ୍ଷାରେ ମାର୍କ କାଟି ଦେବା ପାଇଁ ଅଧ୍ୟକ୍ଷ ଧମକ ଦେଇଥିବା କଥା ମଧ୍ୟ ଛାତ୍ରୀ ମାନେ ଅଭିଯୋଗ ଆଣିଛନ୍ତି । ଏନେଇ ଦୁଇ ନାବାଳିକା କଲେଜ ଛାତ୍ରୀ ଇଟାମାଟି ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ସହ ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି। କଲେଜରେ ନିୟମିତ ପାଠ ପଢା ହେଉନଥିବାକୁ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କହିବାକୁ ଯାଇଥିବା ବେଳେ ଅଧକ୍ଷ ପ୍ରଦୀପ୍ତ ହାତୀ ଦୁଇ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଏନେଇ ଇଟାମାଟି ଥାନାରେ ୨ ପୀଡ଼ିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହେବାପରେ ଇଟାମାଟି ଥାନା ପୋଲିସ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ହାତୀ ଏବଂ ଦୁଇ ନାବାଳିକାଙ୍କ ଡାକ୍ତରୀ ମାଇନା ହୋଇଛି । କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି ।

Barsha

Recent Posts

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

11 mins ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

40 mins ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

1 hour ago

ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…

3 hours ago

ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ ଅଧ୍ୟକ୍ଷ ଅମୋଲ କାଲେଙ୍କ ହାର୍ଟ ଆଟାକ୍‌ରେ ନିଧନ, ଷ୍ଟାଡିୟମ୍‌ରେ ବସି ଦେଖୁଥିଲେ ମ୍ୟାଚ୍‌

ଟି-୨୦ ବିଶ୍ୱକପ୍‌ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି…

3 hours ago

ମୋ ପୁଅକୁ ଡାଇରିଆ ହେଇଥିଲା, ଡାକ୍ତରଖାନାରେ ଭଲ ହେବ କଣ ଓଲଟି ଚାଲିଗଲା

ଚାନ୍ଦବାଲି (କେନ୍ୟୁଜ) : ପୁଅ ଭଲ ପାଠ ପଢ଼ୁଥିଲା । ପୁଅକୁ ନେଇ ମାଆ ବାପାଙ୍କର ଥିଲା ଅନେକ ଆଶା…

3 hours ago