ନୟାଗଡ଼ : ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଲେ କଲେଜ ଅଧ୍ୟକ୍ଷ । କଲେଜ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ ସ ହାତରେ ଧରାପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ବାହାଡ଼ଝୋଲା ଦଧିବାମନ ଜୀଉ ମହାବିଦ୍ୟାଳୟ ଅଧ୍ୟକ୍ଷ ନଳିନୀ ରଂଜନ ଭୂୟାଁ । ୫ ଲକ୍ଷ ଟଙ୍କାର ବକେୟା ଦରମା କରିଦେବା ପାଇଁ ଜଣେ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ ।
ସେହି କଲେଜର ଲାଇବ୍ରେରିଆନ୍ ହୃଷୀକେଷ ବେହେରାଙ୍କ ଠାରୁ ନେଉଥିଲେ ଲାଞ୍ଚ। ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ପରେ ଆୟ ବର୍ହିଭୁତ ସମ୍ପତ୍ତି ଅଭିଯୋଗ ନେଇ ୨ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ। ନଳିନୀରଞନଙ୍କ ମାଣିକପାଟଣାସାହିସ୍ଥିତ ଘର ଏବଂ କଲେଜରେ ଭିଜିଲାନ୍ସ ଖାନତଲାସୀ କରୁଛି।