କଲେଜ ଛାତ୍ରୀକୁ ଧକ୍କା ଦେଲା ବେଆଇନ ବାଲି ବୋଝେଇ ଟ୍ରାକ୍ଟର, ଛାତ୍ରୀଙ୍କ ମୃତ୍ୟୁ

ଜଳେଶ୍ବର : କଲେଜ ଛାତ୍ରୀକୁ ଧକ୍କା ଦେଲା ବେଆଇନ ବାଲି ବୋଝେଇ ଟ୍ରାକ୍ଟର । ଦୁର୍ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ଶତାଧିକ କଲେଜ ଛାତ୍ରଛାତ୍ରୀ ରାସ୍ତା ଅବରୋଧ କରିଛନ୍ତି । ସୁଚନା ଅନୁଯାୟୀ, ବାଲିଆପାଳ ଥାନା ବଡଖୋଳିଆ ଗ୍ରାମର ରଶ୍ମିତା ପ୍ରଧାନ ସାଇକେଲ ଯୋଗେ ଲଙ୍ଗଳେଶ୍ବର ସ୍ଥିତ ଦୁର୍ଗା ପ୍ରଶନ୍ନ ମହା ବିଦ୍ୟାଳୟକୁ ଆସୁଥିବା ବେଳେ ପଞ୍ଚୁପାଲି- ମାନ୍ଧାତା ମୁଖ୍ଯ ରାସ୍ତାର ଦକ୍ଷିଣ ମହାବଳା ଛକ ନିକଟରେ ଏକେ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ରଶ୍ମିତାଙ୍କ ମୃତ୍ଯୁ ହୋଇ ଯାଇଥିବା ଜଣାଯାଇଛି । ସ୍ଥାନୀୟ ଲୋକେ ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖିଛନ୍ତି । ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ କଲେଜର ଶତାଧିକ ଛାତ୍ରଛାତ୍ରୀ ମହାବଳା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ପହଞ୍ଚି ଶବ ବ୍ଯବଚ୍ଛେଦ ପାଇଁ ପଠାଇବା ସହ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି ।