ବିଦ୍ୟୁତ ଆଘାତରେ ଛାତ୍ରଙ୍କ ମୃତ୍ୟୁ

ବାସୁଦେବପୁର : ବିଦ୍ୟୁତ ଆଘାତରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ଗାଁରେ ଘଟିଛି ଏହି ଅଘଟଣ । ମୃତକ ସେହି ଗ୍ରାମର ରାଜେଶ ମହାଳିକଙ୍କ ପୁଅ ରଶ୍ମିରଂଜନ ମହାଳିକ । ନିଜ ବାଡ଼ିରେ ପରିବା ଗଛରେ ପାଣିଦେବା ପାଇଁ ମୋଟର ଲଗାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ ।
ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ରଶ୍ମି ରଞ୍ଜନର ମୃତ୍ୟୁକୁ ନେଇ ପରିବାର ଓ ଗାଁରେ ଶୋକର ଛାୟା ଖେଳି ଯାଇଛି । ରଶ୍ମିରଂଜନ ନବୋଦୟ ବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ କରିବା ପରେ ବାଲେଶ୍ୱର ଫକୀର ମୋହନ ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ତିନିରେ ଆଡ଼ମିସନ କରିଥିଲେ ।