କଲେଜ ଛାତ୍ରୀଙ୍କ ଶରୀରରେ ପ୍ରେତାତ୍ମା, ବଖାଣିଲା ନିଜ ମୃତ୍ୟୁର କାହାଣୀ

ପୁରୀ: କେତେବେଳେ କାନ୍ଦୁଛି ତ କେତେବେଳେ ହସୁଛି ଅତୃପ୍ତ ଆତ୍ମା । କଲେଜ ଛାତ୍ରୀଙ୍କ ପ୍ରେତାତ୍ମା ବଖାଣୁଛି ନିଜ ମୃତ୍ୟୁର କାହାଣୀ । ଜଣେ ଛାତ୍ରୀଙ୍କ ଦେହରେ ପ୍ରବେଶ କରି ନିଜର ମୃତ୍ୟୁ ପଛର କାହାଣୀ କହୁଛି । କେମିତି, କିଏ ନେଇଥିଲା ଜୀବନ ଗୋଟି ଗୋଟି କରି ସବୁ ବଖାଣୁଛି ।
ପୁରୀ ସହରର ଏକ ପ୍ରତିଷ୍ଠିତ ସଂସ୍କୃତ ଅନୁଷ୍ଠାନ ପରିସରରେ ଭୌତିକ ଆଚରଣ । ଯାହାକୁ ଯିଏ କେହି ବି ଦେଖିବ ଭୟରେ ଥରି ଉଠିବ । କାହିଁକିନା ଜଣେ ଛାତ୍ରୀଙ୍କ ଶରୀରରେ ସବାର ହୋଇଛି ଅତୃପ୍ତ ଆତ୍ମା । ଛାତ୍ରୀଙ୍କୁ ଜାବୁଡି ଧରିଛନ୍ତି ସଭିଏଁ । ତଥାପି ଛାଟିପିଟି ହେଉଥାନ୍ତି ଛାତ୍ରୀ ଜଣକ । ବିକଟାଳ ଚିତ୍କର ସାଙ୍ଗକୁ ଜମା ବି ଥୟ ଧରୁନଥାନ୍ତି । ଖାଲି ବାଡେଇ ଛାଟି ହେଉଥାନ୍ତି । କଲେଜକୁ ଆସି ଛାତ୍ରୀଙ୍କ ଏପରି ଅବସ୍ଥା ଦେଖି ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକାମାନେ ବି ଚିନ୍ତାରେ । କାହିଁକି, କେଉଁ କାରଣ ପାଇଁ ଛାତ୍ରୀ ଏମିତି ଅସ୍ୱାଭାବିକ ବ୍ୟବହାର କରୁଛନ୍ତି ଆସନ୍ତୁ ଜାଣିବା ।
ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କ କହିବା ଅନୁଯାୟୀ ସଂମ୍ପୃକ୍ତା ଛାତ୍ରୀଙ୍କ ଶରୀରରେ କୌଣସି ଆତ୍ମା ପ୍ରବେଶ କରିଛି । ଯେଉଁଥି ପାଇଁ ଏଭଳି ବିଚିତ୍ର ଆଚରଣ କରୁଛନ୍ତି ଛାତ୍ରୀ । ଅତୃପ୍ତ ଆତ୍ମା କହୁଛି, ମୁଁ ଏହି ଅନୁଷ୍ଠାନରେ ପାଠ ପଢ଼ୁଥିଲି । ଦୁଷ୍କର୍ମ ପରେ ମୋତେ ହତ୍ୟା କରାଯାଇଛି । ମୋ ମୃତଦେହକୁ ଲାଇବ୍ରେରୀ ପାର୍ଶ୍ୱରେ ପୋତି ଦିଆଯାଇଛି । ଛାତ୍ରୀଙ୍କ ଏଭଳି ପ୍ରଳାପ ଓ ଆଚରଣ ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।
ତେବେ ପୁରୀ ସହରର ଏକ ପ୍ରତିଷ୍ଠିତ ସଂସ୍କୃତ ଅନୁଷ୍ଠାନ ପରିସରରେ ଜଣେ ଛାତ୍ରୀଙ୍କ ଏଭଳି ଅସ୍ୱାଭାବିକ ଆଚରଣ ଦେଖି ସଭିଏଁ ସ୍ତବ୍ଧ । ଯାହାର ଭିଜୁଆଲ୍ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନିଜେ ନ ଦେଖିଲେ ବିଶ୍ୱାସ କରିବା ଅସମ୍ଭବ ।