ଆସୁଛି ରକ୍ଷା ବନ୍ଧନ: ପ୍ରତିବର୍ଷ ପରି ଚଳିତ ବର୍ଷବି ଦେଶର ସୈନିକ ମାନଙ୍କୁ ରାକ୍ଷୀ ପଠାଇଲେ ଛାତ୍ରୀମାନେ

ଯାଜପୁର ଟାଉନ(କେନ୍ୟୁଜ୍):  ଆସୁଛି ରକ୍ଷା ବନ୍ଧନ । ସେଥିପାଇଁ ଗାଁରୁ ସହର ହୋଇଉଠିଛି ଚଳଚଂଚଳ । ଏହି ଦିନକୁ ଅପେକ୍ଷା କରିରହିଥାନ୍ତି ପ୍ରତ୍ୟେକ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଈର ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁ ମାନେ ଦେଶର ସୁରକ୍ଷା ପାଇଁ ଦିନ ରାତି କାମ କରନ୍ତି ସେମାନେ ପ୍ରାୟତଃ ଏହି ରାକ୍ଷୀ ବାନ୍ଧିବା ସୁଯୋଗରୁ ବଂଚିତ ହୋଇଥାନ୍ତି । ସେହି ମାନଙ୍କ ଅବଦାନକୁ ମନେ ପକେଇବା ପାଇଁ ଯାଜପୁର ଚିତାଳୋ କଲେଜ ଛାତ୍ରୀମାନେ ଏକ ଭିନ୍ନ ପ୍ରୟାସ କରିଛନ୍ତି । ଭାରତର ସୀମାରେ ରହି ଶତୃଙ୍କ ସହ ଲେଢୁଥିବା ଆମ ଜବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି ଏହି ଛାତ୍ରୀ ମାନେ । ସେମାନଙ୍କୁ ପ୍ରକୃତ ଭାଇ ଭାବେ ସ୍ବୀକାର କରି ଏଭଳି ଏକ ଉଦ୍ୟମ କରିଛନ୍ତି । ରାକ୍ଷୀ ଦୋକାନରୁ ନିଜ ମନ ପସନ୍ଦର ରାକ୍ଷୀ କିଣି ସୀମାରେ ରହୁଥିବା ଜବାନଙ୍କ ପାଖକୁ ଡାକ ଯୋଗେ ପଠାଇ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ ।

ଚଳିତ ବର୍ଷ କୋରନାର କଟକଣା ନାହିଁ। ସେଥିପାଇଁ ଚାରି ଆଡ଼େ ବଡ଼ ଧୁମ ଧାମରେ ପାଳିତ ହେବ ଏହି ରକ୍ଷା ବନ୍ଧନ। କିନ୍ତୁ ଯେଉଁ ଯବାନ ମାନେ ଦିନରାତି ସୀମାରେ ରହି ସୁରକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ କଲେଜର ଛାତ୍ରୀ ମାନେ ରକ୍ଷାବନ୍ଧନର ଗୀତ ଗାଇ ରାକ୍ଷୀ ପଠାଇଛନ୍ତି । ସମସ୍ତେ ନିଜ ନିଜ ମନ ପସନ୍ଦର ରାକ୍ଷୀ କିଣି ଡାକ ଯୋଗେ ଭାରତୀୟ ସେନାର କାର୍ଯ୍ଯାଳୟକୁ ପଠାଇଛନ୍ତି । ଏହି ରାକ୍ଷୀ ପଠାଇ ଜବାନ ମାନଙ୍କୁ ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଉଦ୍ୟମ କରିଛନ୍ତି । କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଚିତାଳ କଲେଜ ଛାତ୍ରୀ ଏଭଳି ରାକ୍ଷୀ ପଠାଇ ଆସୁଛନ୍ତି। ଯାହାକୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ସହଯୋଗ କରିଛନ୍ତି। ସେପଟେ ସୀମା ରେ ଥିବା ଯବାନ ରାକ୍ଷୀ ପାଇବା ପାଇଁ ଚାତକ ପରି ଚାହିଁ ବସିଛନ୍ତି।

ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧେ ରାକ୍ଷୀ । କିନ୍ତୁ ଦେଶ ମାତୃକାର ଦିନରାତି ରକ୍ଷା କରୁଥିବା ଜବାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ  ଛାତ୍ରୀ ମାନଙ୍କର ଏଭଳି ଉଦ୍ୟମ ଅତି ଉଚ୍ଚକେୋଟୀର। ଯାହାକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

 

Leave A Reply

Your email address will not be published.