ଆଜିଠାରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ: ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ିବେ ୟୁଜି ଓ ପିଜିର ଶେଷ ବର୍ଷର ଛାତ୍ରଛାତ୍ରୀ

କେନ୍ଯୁଜ୍ : ଆଜିଠାରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ିବେ ୟୁଜି ଓ ପିଜିର ଶେଷ ବର୍ଷର ପିଲା । ଫାଇନାଲ ସେମିଷ୍ଟାର ପୂର୍ବରୁ ଗୋଟିଏ ସେମିଷ୍ଟାର ପରୀକ୍ଷା ହେବ । ମାର୍ଚ୍ଚ ୧୬ରୁ ମାର୍ଚ୍ଚ ୩୧ ଯାଏ ପରୀକ୍ଷା ହେବ । ଏପ୍ରିଲ ୩୦ ସୁଦ୍ଧା ବାହାରିବ ରେଜଲ୍‌ଟ । ଏଥିପାଇଁ ଜାନୁଆରୀ ୧୧ରୁ ମାର୍ଚ୍ଚ ୧୫ ଯାଏଁ ପାଠପଢ଼ା ଚାଲିବ ।

ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଜୁନ୍‌ ୧୬ରୁ ଜୁନ୍‌ ୩୦ ତାରିଖ ଯାଏଁ ଚାଲିବ । ଜୁଲାଇ ୧୫ରେ ବାହାରିବ ପରୀକ୍ଷାଫଳ । ଫାଇନାଲ୍‌ ସେମିଷ୍ଟାର କ୍ଲାସ ଏପ୍ରିଲ ୨ରୁ ଜୁନ୍‌ ୧୫ ତାରିଖ ଯାଏ ଚାଲିବ । କଲେଜ ଓ ବିଶ୍ୱବିଦ୍ୟାଳୟରେ ବାର୍ଷିକ ପରୀକ୍ଷା ଜୁନ୍‌ ୧୧ରୁ ଆରମ୍ଭ ହୋଇ ଜୁନ୍‌ ୩୦ ତାରିଖରେ ଶେଷ ହେବ । ରେଜଲ୍ଟ ଜୁଲାଇ ୧୫ ଭିତରେ ପ୍ରକାଶ କରିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୩ତାରିଖରେ ଜାରି ହୋଇଛି ନିର୍ଦ୍ଦେଶନାମା । କୋଭିଡ କଟକଣା ମଧ୍ୟରେ ପାଠପଢ଼ା ନେଇ ଜାରି ହୋଇଛି ଏସଓପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.