ମଞ୍ଚରେ ଦେଖାଯିବେ ନାହିଁ ହାସ୍ୟ ଅଭିନେତା ନରି ପଣ୍ଡା, ବ୍ୟାନ୍ କରିଛି ଯାତ୍ରା ମାଲିକ ସଂଘ

ଭୁବନେଶ୍ଵର : ମଞ୍ଚରେ ଦେଖାଯିବେ ନାହିଁ ହାସ୍ୟ ଅଭିନେତା ନରି ପଣ୍ଡା । ଅଭିନେତାଙ୍କୁ ବ୍ୟାନ୍ କରିଛି ଯାତ୍ରା ମାଲିକ ସଂଘ । ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଯାତ୍ରା ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ନରି ପଣ୍ଡାଙ୍କୁ ବ୍ୟାନ୍ କରାଯାଇଛି ।
ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଥିଲେ ନରିପଣ୍ଡା । ଯାହା ଫଳରେ ମାଲିକ ତାଙ୍କୁ ମାଡ଼ ମାରିବା ସହିତ ଗାଳି ଗୁଲଜ କରିଥିଲେ ବୋଲି କହିଥିଲେ ନରି ।
Also read: ଯାତ୍ରା ପେଣ୍ଡାଲରେ ବୀଭତ୍ସତାର ପ୍ରଦର୍ଶନ: ମଞ୍ଚରେ ଖେଳାଇଲେ ସାପ, ଖାଇଲେ ଜୀଅନ୍ତା ଘୁଷୁରୀ ମାଂସ