ସାମ୍ନାକୁ ଆସିଲା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପୋଷ୍ଟମର୍ଟମ ରିପୋର୍ଟ, ମୁଣ୍ଡରେ ଲାଗିଛି ଶକ୍ତ ଆଘାତ

ଭୁବନେଶ୍ବର :  ଭୁବନେଶ୍ୱରରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଥିବାବେଳେ ଏହାରି ଭିତରେ ଆସିଛି ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବା କୁହାଯାଇଛି । ଟ୍ରେନ୍ ଆଘାତ ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଉଲ୍ଲେଖ୍ଯ ରହିଛି।

ସୂଚନା ଥାଉକି ଗତ ୭ତାରିଖରେ ଘଟିଥିବର ଏହି ଘଟଣାରେ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି। ପୂର୍ବରୁ ୟୁଡି କେସ୍‌ ରୁଜୁ ହୋଇଥିଲା। GRP ପକ୍ଷରୁ ପରିବାର ଲୋକଙ୍କ ବୟାନ୍‌ ରେକର୍ଡ କରାଯାଇଥିବା। ତେବେ ଗତକାଲି ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମାଲା ରୁଜୁ କରି ତନାଘନା ଆରମ୍ଭ କରିଛି।

ସେପଟେ ଛାନ୍‌ଭିନ୍‌ ବେଳେ ଘର ଭିତରୁ ୪ପେଜ୍‌ର ସୁଇସାଇଡ୍‌ ନୋଟ୍‌ ପୋଲିସ ଜବତ କରିଛି। ତାଙ୍କ ମୋବାଇଲ ଫୋନ ଓ ତାଙ୍କ ପତ୍ନୀଙ୍କ ମୋବାଇଲ ଜବତ କରି ଫୋନ ନମ୍ବର ଯାଞ୍ଚ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.