କମୋଡ଼ର N P ପ୍ରଦୀପ INS ଚିଲିକାର କମାଣ୍ଡିଙ୍ଗ ଅଫିସର ଭାବେ ନେଲେ ଦାୟିତ୍ୱ

(କେ ନ୍ୟୁଜ): ଆଜି ଏକ ସମାରୋହ ପରେଡରେ କମାଣ୍ଡର N P ପ୍ରଦୀପ ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନ INS ଚିଲିକାର କମାଣ୍ଡ ଏବଂ ନୌସେନା ଅଧିକାରୀ ଓଡିଶାର ଋତୁରାଜ ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି l INS ଚିଲିକାର ଅଧିକାରୀ ଗଣ ଓ ନାବିକ ମାନେ କମାଣ୍ଡ ଋତୁରାଜ ସାହୁଙ୍କ ୨୨ ମାସର କାର୍ଯ୍ୟକାଳ ଶେଷ ହେବା ପରେ ଏକ ପାରମ୍ପାରିକ ସମାରୋହରେ ତାଙ୍କୁ ବିଦାୟ ଦେଇଛନ୍ତି l କମାଣ୍ଡ ଋତୁରାଜ ସାହୁ ଖୁବ୍ ଶୀଘ୍ର କୋଲକାତାର INS Netaji Subashର କମାଣ୍ଡ ଓ ନୌସେନା ଅଧିକାରୀ(ପଶ୍ଚିମ ବଙ୍ଗ)ର ଦାୟିତ୍ଵ ଗ୍ରହଣ କରିବେ l

ସୂଚନା ଦେଉଛୁକି କମାଣ୍ଡର N P ପ୍ରଦୀପ କେରଳର ଭାଡାନାମକୁରୁସିରୁ ଅସିଛନ୍ତି । ସେ ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ (ଖଡଗ ବଲସା)ର ପୁରାତନ ଛାତ୍ର। ଏହି ଅଧିକାରୀ ଜଣଙ୍କ ୧୯୯୨ ମସିହାରେ ଭାରତୀୟ ନୌସେନାରେ ଜାହାଜପଥ ପ୍ରଦର୍ଶକ ଓ ଦିଗ ବିଶେଷଜ୍ଞ ଭାବେ ଭାରତୀୟ ନୌସେନାରେ ଯୋଗଦାନ କରିଥିଲେ। ଦୀର୍ଘ ୨୯ ବର୍ଷର ନୌସେନା ସେବାରେ ଏହି ଅଧିକାରୀ ଜଣଙ୍କ ନୌସେନା ଜାହାଜ ରାଜପୁତ, ରଣଜିତ, କୀର୍ପାନରେ ଜାହାଜ ପଥପ୍ରଦର୍ଶକ ଅଧିକାରୀ ରୂପେ ଏବଂ ଭାରତୀୟ ନୌସେନା ଜାହାଜ ବିନାଶ, କେଶରୀ, ଏବଂ ଗଙ୍ଗାରେ କମାଣ୍ଡ ଅଧିକାରୀ ରୂପେ କାର୍ଯ୍ୟ କରିଛନ୍ତି l

ତାଙ୍କର ଅନ୍ୟ ଦାୟିତ୍ୱ ମଧ୍ୟରେ NDAରେ ସ୍କ୍ୱାର୍ଡ଼ନ କମାଣ୍ଡର, ନୌସେନା ଅପରେଶନର ଯୁଗ୍ମ ନିର୍ଦେଶକ (ନେଟ ଆସେସମେଣ୍ଟ କକ୍ଷ) MDCC କମାଣ୍ଡ ଅପରେସନ ଅଧିକାରୀ (ଦକ୍ଷିଣ ନୌସେନା କମାଣ) କପ୍ତlନ କାର୍ଯ୍ୟଶୈଳୀ ସ୍ଥାନୀୟ କାର୍ଯ୍ୟଦଳ(ପଶ୍ଚିମ) ଏବଂ କମୋଡର(ଯୋଜନା) ପୂର୍ବାଞ୍ଚଳ ନୌସେନା କମାଣ୍ଡ ଭାବରେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଶ୍ରୀଲଙ୍କାରେ ନୌସେନା ସମୁଦ୍ର ଜାହାଜ ସମ୍ଭନ୍ଧିତ ପ୍ରତିଷ୍ଠାନ ସଂସ୍ଥା ତ୍ରିକୋମାଲୀରେ ପ୍ରଶିକ୍ଷକ ଭାବେ ସଫଳତାର ସହ କୁଟନୈତିକ କାର୍ଯ୍ୟ ସମ୍ପାଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.