କମିଶନରେଟ ପୋଲିସ ଟାର୍ଗେଟରେ ପଜେସନ ଗ୍ୟାଙ୍ଗ୍‌, ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ

ରାଘବ ଜେନାର ଘର ଓ ଆଡ୍ଡା ଉପରେ ଚଢଉ କରିଛି ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାଡ। ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କରିବାକୁ ଜାଲ ବିଛାଇଛି ପୋଲିସ। ତା ମୋବାଇଲ ଫୋନ ଟ୍ରାକିଂ କରି ତାର ଗତିବିଧିକୁ ଟ୍ରାକ କରାଯାଉଛି।

କେନ୍ୟୁଜ୍(ବ୍ୟୁରୋ):କମିଶନରେଟ ପୋଲିସ ଟାର୍ଗେଟରେ ପଜେସନ ଗ୍ୟାଙ୍ଗ୍‌ । ବାଉନସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ । ଭୁବନେଶ୍ୱର ନୟାପଲ୍ଲୀରେ ବଳପୂର୍ବକ ଦୋକାନ ଘର ଭାଙ୍ଗିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି ପୋଲିସ। ରାଘବ ଜେନାର ଘର ଓ ଆଡ୍ଡା ଉପରେ ଚଢଉ କରିଛି ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାଡ। ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କରିବାକୁ ଜାଲ ବିଛାଇଛି ପୋଲିସ। ତା ମୋବାଇଲ ଫୋନ ଟ୍ରାକିଂ କରି ତାର ଗତିବିଧିକୁ ଟ୍ରାକ କରାଯାଉଛି।

ଟଙ୍କା ନେଇ ଲୋକଙ୍କୁ ଡରାଇ ଧମକାଇ ଜାଗା ଅକ୍ତିଆର କରିବା, ଜାଗାରୁ ବେଦଖଲ କରିବାରେ ଏହି ଗ୍ୟାଙ୍ଗ ସକ୍ରିୟ ଭୂମିକା ନେଉଛି। ଏଥିରେ ଉଭୟ ପୁରୁଷ ଓ ମହିଳା ସଦସ୍ୟ ସାମିଲ ରହୁଛନ୍ତି। ଦୁଇ ଲେଡି ଡନ୍‌ଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଅପରାଧୀ ଓ ଗୁଣ୍ଡାଗର୍ଦ୍ଦି ବିରୋଧରେ କମିସନରେଟ ପୋଲିସର ଜିରୋ ଟଲେରାନ୍‌ସ ନୀତି। ୨୪ ତାରିଖ ରାତିରେ ଶତାଧିକ ପୁରୁଷ ଓ ମହିଳା ବାଉନ୍‌ସର ଦୋକାନ ଲୁଟପାଟ କରିବା ସହ ଭିତରେ ଥିବା କର୍ମଚାରୀଙ୍କୁ ମାଡ଼ ମାରିଥିଲେ।