କମିଶନରେଟ୍ ପୋଲିସ ପକ୍ଷରୁ ଲାଗୁହେଲା ନୁଆ ନୀୟମ, ନୀୟମ ନ ମାନିଲେ ଆପଣ ଗଣିବେ ତଣ୍ଡ
ଭୁବନେଶ୍ୱର: ଆପଣମାନେ ବିନା ହେଲମେଟ କିମ୍ବା ବିନା ସିଟ ବେଲ୍ଟରେ ଗାଡି ଚଲାଉଛନ୍ତି କି ? ତାହେଲ ହୋଇ ଯାଆନ୍ତୁ ସାବଧାନ । ଏନେଇ କମିଶନରେଟ ପୋଲିସ ଏକ ସାଇନବୋର୍ଡ ମାରିଛନ୍ତି । ଆମାନିଆ ହେବେ ଏଥର ସାବାର୍ଡ । ନୂଆ ଟ୍ରାଫିକକୁ ନେଇ ନୁଆ ନୀୟମ ଆଗକୁ ରାଜ୍ୟରେ ଲାଗୁହେବାକୁ ଯାଉଛି । ଆସନ୍ତୁ ନଜର ପକାଇବା କେଉଁ ନୀୟମ ନ ମାନିଲେ ଆପଣଙ୍କୁ କେତେ ଟଙ୍କା ଫାଇନ ଦେବାକୁ ପଡିବ ।
ବିନା ହେଲମେଟରେ ଗାଡି ଚଲାଇଲେ ୧ ହଜାର ଟଙ୍କା ।
ସିଟ ବେଲ୍ଚ ନ ବାନ୍ଧିଲେ ୧ ହଜାର ଟଙ୍କା ।
ସିଗନାଲ ନ ମାନିଲେ ୫ ହଜାର ଟଙ୍କା ।
ବାଇକରେ ୩ ଜଣ ବସିଲେ ୫ ହଜାର ଟଙ୍କା ।
ବିନା ଲାଇସେନ୍ସରେ ଗାଡି ଚଲାଇଲେ ୫ ହଜାର ଟଙ୍କା ।
ଯୋଗ୍ୟତା ଅନୁସାରେ ଗାଡି ନ ଚଲାଇଲେ ୫ ହଜାର ଟଙ୍କା ।
ବେପାରୁଆ ଗାଡି ଚଲାଇଲେ ୫ ହଜାର ଟଙ୍କା ।
ଆମ୍ବୁଲାନ୍ସକୁ ରାସ୍ତା ନ ଦେଲେ ୧୦ ହଜାର ଟଙ୍କା ।
ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଇଲେ ୧୦ ହଜାର ଟଙ୍କା ।
ମୋବାଇଲରେ କଥା ହୋଇ ଗାଡି ଚଲାଇଲେ ୧୦ ହଜାର ଟଙ୍କା ।
ଯଦି ଆପଣ ଏହି ନୀୟମକୁ ନ ମାନିବେ ତାହେଲେ ଜରିମାନା ଦେବାକୁ ପଡିବ ବୋଲି କମିଶନରେଟ ପୋଲିସ ଏକ ସାଇନବୋର୍ଡ ମାଧ୍ୟମରେ ସୂଚନା ଦେଇଛନ୍ତି ।