ଫନିରେ ଓଡ୍ରାଫ ଟିମର କାର୍ଯ୍ୟ ପ୍ରଶଂସନୀୟ : ପୋଲିସ କମିଶନର

ବାତ୍ୟା ‘‘ଫନି’’ ପରବର୍ତ୍ତୀ ପୁନରୁଦ୍ଧାରରେ ଓଡ୍ରାଫ ଟିମର କାର୍ଯ୍ୟ ପ୍ରଶଂସନୀୟ । ଉପୁଡ଼ି ପଡ଼ିଥିବା ଗଛ, ବିଦ୍ୟୁତ ଖୁଣ୍ଟିକୁ ରାସ୍ତାରୁ ହଟାଇବାରେ କମିଶନରେଟ ପୋଲିସକୁ ସହାୟତା କରିଥିଲେ ଓଡ୍ରାଫ ଟିମ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୬ଟି ଓଡ୍ରାଫ୍ ଟିମର ୨୪୦ ଜଣ ସଦସ୍ୟଙ୍କ କାର‌୍ୟ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ପୋଲିସ କମିଶନର । କର୍ତ୍ତବ୍ୟନିଷ୍ଠା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମ୍ମାନିତ କରାଯିବା ସହିତ ଧନ୍ୟବାଦ ଜଣାଇଥିଲେ । ଏଭଳି ସମ୍ମାନ ସେମାନଙ୍କୁ ଆଗକୁ ବଢାଇବ ବୋଲି ଓଡ୍ରାଫ ଟିମର ସଦସ୍ୟ କହିଛନ୍ତି । ଏହି କାଯ୍ୟର୍କ୍ରମରେ ଭୁବନେଶ୍ୱର ଡିସିପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.