କମିଶନରେଟ ପୋଲିସ ଜାଲରେ ଏମବିଏ ଠକ, ଲୋକଙ୍କୁ ଠକି ନେଉଥିଲା ହାଇଲାଇଫ ଷ୍ଟାଇଲର ମଜା

ଭୁବନେଶ୍ୱର(କେ ନ୍ୟୁଜ);  କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ଵାଡ କବଜାରେ କୁଖ୍ୟାତ ଠକ । ବଡ଼ ବଡ଼ ଜୁଏଲାରୀ ସୋରୁମ୍‌ରୁ ସୁନାରୁପା ଅଳଙ୍କାର କିଣି ଅନଲାଇନ ପେମେଣ୍ଟ କରିବାକୁ କହି ଚୂନ ଲଗାଉଥିଲା ଅଭିଯୁକ୍ତ । ପଶ୍ଚିମବଙ୍ଗରୁ ଅଭିଯୁକ୍ତ ରାଜୀବ ପ୍ରଭାସ ଗୁପ୍ତାକୁ ଗିରଫ କରାଯାଇଛି । ତା ନିକଟରୁ ୨ ଲକ୍ଷ ଟଙ୍କାର ସୁନାଗହଣା ଜବତ କରିଛି ପୋଲିସ । ଏମବିଏ ପଢ଼ିଥିବା ଧୂର୍ତ୍ତ ରାଜୀବ ହାଇ ଲାଇଫ ଷ୍ଟାଇଲ ଅତିବାହିତ କରୁଥିଲା । ବିଭିନ୍ନ ରାଜ୍ୟକୁ ଫ୍ଲାଇଟ ଯିବାଆସିବା କରିବା ସହ ବଡ଼ ବଡ଼ ହୋଟେଲରେ ରହୁଥିଲା ।

ଜଣେ ସମ୍ଭ୍ରାନ୍ତ ଯୁବକର ପରିଚୟ ଦେଇ ପ୍ରଭାସ ଅଭିନବ ଉପାୟରେ ଠକୁଥିଲା । କେବଳ ଓଡ଼ିଶା ନୁହେଁ ସେ ବାହର ରାଜ୍ୟରେ ବି ଠକେଇ ଜାରି ରଖିଥିବା ସନ୍ଦେହ କରାଯାଉଛି । ତା ନାଁରେ ଆଉ କେଉଁ କେଉଁ ଅଭିଯୋଗ ରହିଛି ଜାଣିବା ପାଇଁ ସିସିଟିଏନ୍‌ସର ସାହାଯ୍ୟ ନିଆଯିବ । ଦିଲ୍ଲୀ, କୋଲକାତା, ପୁରୀ ସମେତ ବିଭିନ୍ନ ଥାନାକୁ ଠକ ରାଜୀବ ପ୍ରଭାସର ଫଟୋ ସହ ତଥ୍ୟ ଜଣାଇ ଦିଆଯାଇଛି ।

 

 

You might also like