କର୍ମଚାରୀଙ୍କୁ ରୋକ୍‌ଠୋକ୍ କହିଲେ ପୋଲିସ୍ କମିଶନର୍‌, ଫିଟ୍‌ନେସ୍ ନଥିଲେ ଚାକିରି ଯିବ

ପୋଲିସ କର୍ମଚାରୀଙ୍କ ଉଚ୍ଚତା ଏବଂ ଓଜନ ସଠିକ୍‌ ରହିଲେ ହିଁ ଚାକିରି ରହିବ। ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଓଜନ ଓ ଉଚ୍ଚତା ମାପ କରାଯାଇ ଜଣାଇଦିଆଯିବ। କମିଶନରେଟ ପୋଲିସକୁ ଫିଟନେସ ଚିନ୍ତା । ଏଣିକି ପୋଲିସ କର୍ମଚାରୀ ସୁସ୍ଥ, ସବଳ ଓ କର୍ମଠ ରହିବା ଉପରେ ଦିଆଯାଇଛି ଗୁରୁତ୍ୱ । ଆସନ୍ତା ଏକ ସପ୍ତାହ ମଧ୍ୟରେ ସବୁ ପୋଲିସ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ । ବର୍ତ୍ତମାନ BMI (Body Mass Index) ବା ବୟସ ଓ ଉଚ୍ଚତା ଅନୁସାରେ କେତେକ ହେବା କଥା ତାହା ଜଣାଇଦିଆଯିବ।

ସାଧାରଣରେ ୧୯ରୁ ୨୫ ଯାଏଁ BMI କୁ ସ୍ୱାଭାବିକ ବୋଲି ଧରାଯାଏ। ୩୦ BMI କୁ ମେଦ ବହୁଳତା ଭାବେ ବିବେଚନା କରାଯାଏ। ଏଭଳି ଓଜନ ଓ ହିସାବ କଲାପରେ ସମସ୍ତେ ଜାଣିପାରିବେ ଯେ ସେମାନଙ୍କ ଓଜନ କେତେ ହେବାକଥା। ଏହି ପ୍ରକ୍ରିୟା ଜୁଲାଇ ୩୦ ତାରିଖ ମଧ୍ୟରେ ଶେଷ କରାଯିବ।

odisha

ଏ ସଂକ୍ରାନ୍ତୀୟ ତଥ୍ୟ ପୋଲିସ ଡାକ୍ତରଖାନାରେ ରଖାଯିବ। ତିନି ମାସ ପରେ ପୁଣି ଥରେ ନଭେମ୍ବର ମାସରେ ସମସ୍ତଙ୍କର ଓଜନ ନିଆଯିବ। ସେମାନେ ଓଜନ କମାଇବାକୁ ଚେଷ୍ଠା

କରୁଛନ୍ତି କି ନାହିଁ, ତାହା ଦେଖାଯିବ। ତିନି ମାସ ପରେ ବିଶେଷ କରି ଯେଉଁମାନଙ୍କ BMI ୩୦ ଉପରେ ରହିବ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସକାଳୁ ବ୍ୟାୟାମ କରିବାକୁ ଆସିବାକୁ ପଡିବ ବା ଛ ସପ୍ତାହର refresher course ରେ ଯୋଗ ଦେବାକୁ ପଡିବ। ଏପରିକି ଇକ୍ରିମେଣ୍ଟ ବନ୍ଦ କରାଯିବା ସହ ଦରକାର ପଡିଲେ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ।

ଏଥିପାଇଁ ସମସ୍ତେ ଏହି ନିର୍ଦ୍ଦେଶକୁ ନିଜ ହିତ ଦୃଷ୍ଟିରୁ କଡାକଡି ପାଳନ କରିବା ପରାମର୍ଶ ଦିଆଯାଇଛି। ଯେଉଁମାନେ ଏହି ଆଦେଶକୁ ଗୁରୁତ୍ୱ ଦେବେ ନାହିଁ ସେମାନଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.