୪୮ ଘଣ୍ଟାରେ କମିଶନରେଟ ପୋଲିସର ଏନକାଉଣ୍ଟର ନମ୍ବର-୫, ଅପରାଧୀଙ୍କ ବାଜୁଛି ବ୍ୟାଣ୍ଡ
୨ ଦିନ ମଧ୍ୟରେ ପଞ୍ଚମ ଏନକାଉଣ୍ଟର କଲା କମିଶନରେଟ ପୋଲିସ। ଖଣ୍ଡଗିରି ଭରତପୁର ଅଞ୍ଚଳରେ ଦୁର୍ଦାନ୍ତ ଅପରାଧୀ ରବି ରାଓକୁ ଏନକାଉଣ୍ଟର କଲା କମିଶନରେଟ ପୋଲିସ। ପୂର୍ବରୁ ସୂଚନା ପାଇଁ କମିଶନରେଟ ପୋଲିସର ସ୍ପେଷାଲ ସ୍କାର୍ଡ ଭରତପୁର ଅଞ୍ଚଳକୁ ଯାଇଥିଲା। ପୋଲିସକୁ ଦେଖି ରବି ରାଓ ପ୍ରଥମେ ୪ ରାଉଣ୍ଡ ଗୁଳି କରିଥିଲା। ଏହାର ଜବାବ୍ ଦେବାକୁ ଯାଇ କମିଶନରେଟ ପୋଲିସ ରବି ରାଓକୁ ଏନକାଉଣ୍ଟର କରିଥିଲା। ଗୁଳି ରବି ରାଓର ଗୋଡରେ ବାଜିବାରୁ ସେଠାରେ ଆହାତ ହୋଇ ପଡିଥିଲା । ପରେ ପୋଲିସ ତା ଠାରୁ ବନ୍ଧୁକ ଓ ବୋମା ସହ କାର ଜବତ କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ରବି ନାମରେ ପୂର୍ବରୁ ୫୦ରୁ ଉର୍ଦ୍ଧ ମାମଲା ରହିଛି । ପୂର୍ବରୁ ୨୦୧୬ରେ ମଧ୍ୟ ରବିକୁ ହୋଇଥିଲା ଏନକାଉଣ୍ଟର। ୨ ଦିନ ଭିତରେ କମିଶନରେଟ ପୋଲିସର ଏହା ପଞ୍ଚମ ଏନକାଉଣ୍ଟର ହୋଇଥିବାରୁ ରାଜଧାନୀ ବାସିଙ୍କ ତରଫରୁ କମିଶନରେଟ ପୋଲିସକୁ ବହୁ ପ୍ରଶଂସା ମିଳିଛି।
,