Categories: ରାଜ୍ୟ

ଦୀପାବଳିରେ ଆତସବାଜୀ ନେଇ କମିଶନରେଟ୍‌ ପୋଲିସର ଆଡଭାଇଜରି, ରାତି ୮ଟାରୁ ୧୦ଟା ଯାଏ ବାଣ ଫୁଟାଇବା ପାଇଁ ଅନୁମତି

ଭୁବନେଶ୍ବର(କେନ୍ୟୁଜ୍):  ଦୀପାବଳିରେ ଆତସବାଜୀ ନେଇ କମିଶନରେଟ୍‌ ପୋଲିସର ଆଡଭାଇଜରି । ରାତି ୮ଟାରୁ ୧୦ଟା ଯାଏ ବାଣ ଫୁଟାଇବା ପାଇଁ ଅନୁମତି ରହିଛି । କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣିବାକୁ କୁହାଯାଇଛି । ୧୨୫ ଡେସିବଲରୁ ଅଧିକ ଶବ୍ଦର ବାଣ ଫୁଟାଇବାକୁ ମନା କରାଯାଇଛି । ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ନ ଫୁଟାଇବାକୁ ପରାମର୍ଶ ରହିଛି । ଚାଇନା ବାଣ ମାଳରେ ଫୁଟାଇବାକୁ ସମ୍ପୂର୍ଣ୍ଣ ନିଷେଧ ହୋଇଛି । ବାଣ ଫୁଟାଇବା ସମୟରେ ଆଶୁ ଚିକିତ୍ସା ବାକ୍ସ ପାଖରେ ରଖିବା, ନିରୀହ ପଶୁଙ୍କ ଉପରେ ଆତସବାଜୀ ପ୍ରୟୋଗ ନକରିବା, ବାଣ ଫୁଟିବା ପରେ ଅବଶେଷକୁ ପାଣିରେ ବୁଡ଼ାଇ ଦେବାକୁ ପରାମର୍ଶ ଦିଆଯାଇଛି । ଜରୁରୀ ପରିସ୍ଥିତିରେ ପୋଲିସ କଣ୍ଟ୍ରୋଲ ରୁମ୍‌ ଓ ଦମକଳ କେନ୍ଦ୍ରକୁ ସହାୟତା ପାଇଁ ଫୋନ୍‌ କରିବା ପାଇଁ ଆଡଭାଇଜରି ଜାରି କରିଛି କମିଶନରେଟ୍‌ ପୋଲିସ ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

14 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

28 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

41 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

42 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago