ଅପହରଣ ଓ ନିଖୋଜ ନେଇ କମିଶନରେଟ ପୋଲିସ ଆରମ୍ଭ କଲା ଆପ୍ଲିକେସନ ପ୍ରାରମ୍ଭ

ଭୁବନେଶ୍ୱର(କେନ୍ୟୁଜ୍‌) : ଅପହରଣ ଓ ନିଖୋଜ ନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଆପ୍ଲିକେସନ ପ୍ରାରମ୍ଭ । କିସ ଏବଂ ଏସଏନ ମହାନ୍ତି ଫାଉଣ୍ଡେସନ ସହଯୋଗରେ ଏହି ଆପ ଲଞ୍ଚ କରିଛି । ଏହି କାର୍ଯ୍ୟକ୍ରମ ରେ ୟୁଥ ଆଇକନ ତଥା ବଲିଉଡ ଷ୍ଟାର ରାହୁଲ ବୋଷ ଓ କିସ ଓ କୀଟ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ ।

ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ ଯେ ସୋସିଆଲ ମିଡିଆ ବ୍ୟବହାର କରି ବହୁତ ଛାତ୍ରୀମାନେ ଏଥିରେ ଲିପ୍ତ ରହୁଥିବାରୁ ସାଇବର ଠକମାନେ ସୋସିଆଲ ମିଡିଆରେ ସେମାନଙ୍କୁ ଟାର୍ଗେଟ କରନ୍ତି । ଗତି ବିଧି ଉପରେ ନଜର ରଖନ୍ତି ଏବଂ ତାଙ୍କୁ ଅସଦାଚରଣ ମଧ୍ୟ କରିଥାନ୍ତି । ଝିଅମାନେ ବିଶେଷ କରି ସୋସିଆଲ ମିଡିଆ ବ୍ୟବହାର ସମୟରେ ନିଜର ଭଦ୍ର ମୁଖା ପିନ୍ଧା ସାଇବର ଠକମାନଙ୍କ ଠାରୁ ବଞ୍ଚିବ ପାଇଁ ନିଜ ଆଖି ଖୋଲା ରଖିବାର ଆବଶ୍ୟକ ରହିଛି ।

ଏଥିପାଇଁ ସେମାନେ ସଚେତନ ରହିବା ଆବଶ୍ୟକ । ପୋଲିସ କମିଶନର କହିଛନ୍ତି ଯେ ବସ୍ତିକୁ ଯାଇ ସୋସିଆଲ ମିଡିଆ କ୍ୟାମ୍ପେନ ସହ ପରିବାର ଲୋକଙ୍କୁ କାଉନସିଲ ମଧ୍ୟ କରାଯିବ । ଯାହା ଦ୍ୱାରା ସେମାନେ ନିଜ ପିଲାଙ୍କୁ ଆକଟ କରିପାରିବେ । ପ୍ରତି ସ୍କୁଲ କଲେଜ ଯାଇ ପିଲାଙ୍କୁ ବୁଝାଯିବ । ଏହା ସହିତ ଚକ୍ର ବ୍ୟୁହରେ ଫସି ଯାଇଥିବା ଝିଅମାନଙ୍କୁ କାଉନସିଲିଂ କରି ତାଙ୍କ ସହିତ ଶକ୍ତ ଚଟାଣ ଭଳି କମିଶନରେଟ ପୋଲିସ ଠିଆ ହେବ ।

ଏହି ସେଲ କୁ ଅଧିକ ଶକ୍ତ କରିବା ପାଇଁ ଲକ୍ଷ ରଖିଛି କମିଶନରେଟ ପୋଲିସ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରକାଶ କରିଥିଲେ। ଏହି ସହାୟତା କେନ୍ଦ୍ର ଦିନ ୧୦ ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ । ଭୁବନେଶ୍ୱର ଏହି ଟୋଲ୍‌ ଫ୍ରି ନମ୍ବର 2545445 ରେ ଯୋଗାଯୋଗ କରି ନିଜର ଅଭିଯୋଗ ଜାଣି ପାରିବେ ।

Leave A Reply

Your email address will not be published.