ଭୁବନେଶ୍ବର : ଭୁବନେଶ୍ବର କମିସନରେଟ ପୋଲିସ ହାତରେ ବାୱରିଆ ଗ୍ୟାଙ୍ଗ । ଗ୍ୟାଙ୍ଗର ମୁଖ୍ୟ ଉତ୍ତରପ୍ରଦେଶର ରାମକୁମାରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଲୁଟେରାଙ୍କ ଠାରୁ ୨ଟି ସୁନା ଚେନ ଓ ବାଇକ ଜବତ ହୋଇଛି । ଏମାନେ ରାସ୍ତାରୁ ଚେନ ଝାମ୍ପିନେଇ ବାଇକରେ ଫେରାର ହୋଇ ଯାଉଥିଲେ । ସାରା ଦେଶରେ ବୁଲି ବୁଲି ଲୁଟ କରିବା ପରେ ଏମାନେ ଟ୍ରେନରେ ଫେରାର ହୋଇଯାନ୍ତି । ଯେଉଁ ସହରକୁ ଯିବେ ସେଠାରେ ପ୍ରଥମେ ଏକ ବାଇକ୍ ଚୋରି କରିବେ ।
ପରେ ଚୋରି ବାଇକରେ ଚେନ ଲୁଟ କରିବେ । କିଛି ଦିନ ଲୁଟପାଟ ପରେ ସେହି ସହରରୁ ଫେରାର ହୋଇ ଯାଉଥିଲେ । ଗ୍ୟାଙ୍ଗର ମୁଖ୍ୟ କୁଖ୍ୟାତ ଲୁଟେରା ଉତ୍ତର ପ୍ରଦେଶ କାନପୁରର ରାମ କୁମାର । ଅନ୍ୟ ଦୁଇଜଣ କୁଖ୍ୟାତ ଲୁଟେରା କଟକ ସଦର ଅଞ୍ଚଳର ଆକାଶ ସାମଲ ଓ ବିଡ଼ାନାସୀ ଅଞ୍ଚଳର ଶୀତଲ ବେହେରାକୁ ସ୍ପେସାଲ ସ୍କ୍ୱାର୍ଡ ଗିରଫ କରିଛି । ଏମାନଙ୍କ ନାମରେ କଟକ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୪ ରୁ ଅଧିକ ମାମଲା ରହିଛି ।