ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ ଗିରଫ, ୯ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ୍
ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ ଗିରଫ । ୯ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍। ଦିନ ବେଳେ ରେକି କରୁଥିଲେ। ରାତିରେ ୧ଟା ରୁ୩ ମଧ୍ୟ ରେ କରୁଥିଲେ ଲୁଟ ।

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ ଗିରଫ । ୯ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍। ଦିନ ବେଳେ ରେକି କରୁଥିଲେ। ରାତିରେ ୧ଟା ରୁ୩ ମଧ୍ୟ ରେ କରୁଥିଲେ ଲୁଟ । ସେମାନଙ୍କୁ ଧରିବା ପାଇଁ ତିନୋଟି ଟିମ୍ ଗଠନ କରି ତଦନ୍ତ କରୁଥିଲା ପୋଲିସ। ଗିରଫଙ୍କ ମଧ୍ୟରେ ରହିଛି ଭେଟରାନ କ୍ରିମିନାଲ ବୁଲୁ ପାତ୍ର। ଓଡ଼ିଶା ତଥା ଓଡ଼ିଶା ବାହାରେ ସକ୍ରିୟ। ଅଭିଯୁକ୍ତଙ୍କ ନିକଟରୁ ବହୁ ସୁନା ଅଳଙ୍କାର, ୪ମୋଟର ସାଇକେଲ ଓ ନଗଦ ୩ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି । ଅଧିକ ପଚରଉଚରା ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ ।