ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୋଲିସର ଦ୍ବିତୀୟ କାରକେଡ୍ ରିହରସାଲ

ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୋଲସର କାରକେଡ୍ ରିହରସାଲ । ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରୁ, ଜୟଦେବ ଭବନ, ରାଜଭବନ ଯାଏ କାରକେଡ ରିହରସଲ ହୋଇଛି। ଆଜି ଦ୍ବିତୀୟ ପର୍ଯ୍ୟାୟରେ କାରକେଡ ରିହରସାଲ ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ। ଆଜି ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସନ୍ଧ୍ୟାରେ ବାୟୁସେନାର ସ୍ଵତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ଜୟଦେବ ଭବନ ଯାଇ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ରହିଥିବା ବେଳେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହ ଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ସୁରମା ପାଢ଼ୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବେ।

ଏଥିପାଇଁ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ, ଆୟୋଜକ ଲୋକସେବା ମଣ୍ଡଳ ବ୍ୟବସ୍ଥା ହୋଇଛି । କାଲି ସକାଳେ ବାୟୁସେନାର ସ୍ଵତନ୍ତ୍ର ହେଲିକେପ୍ଟରରେ ପୁରୀ ଯିବେ। ପୁରୀ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ରଥ ଟାଣିବେ ମହାମହିମ। ୮ ତାରିଖରେ ଉଦୟଗିରି ବୁଲିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।.