ଯାନବାହନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ ସମୟସୀମା ବୃଦ୍ଧି, କୋଭିଡ଼-୧୯ ପରିସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ରହିବ ବୈଧ

ଭୁବନେଶ୍ବର: ଯାନବାହନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ମାର୍ଚ୍ଚ ୨୯ ତାରିଖ ଯାଏ ବୈଧ ରଖାଯାଇଥିଲା । କିନ୍ତୁ କୋଭିଡ଼-୧୯ ପରିସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଗାଡ଼ି ପାସ୍‌ ବୈଧ ରହିବ । ପାସ୍‌ ନବୀକରଣ ପାଇଁ ଥାନାରେ ଅଯଥା ଭିଡ଼ ନ ଜମାଇବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ଵିଟ୍‌ କରି ଅନୁରୋଧ କରିଛନ୍ତି ।

traffic

ଲକ୍‌ ଡାଉନ ବେଳେ ନିଜ କର୍ମକ୍ଷେତ୍ରକୁ ଯିବା ପାଇଁ କିମ୍ବା ଡାକ୍ତାରଖାନା ପରି କୌଣସି ଗୁରୁତ୍ୱପୂର୍ଣ୍ଣ କାମ  ଥିଲେ ଯାତାୟାତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଭେହିକିଲ ପାସ ଦିଆଯାଇଥିଲା । ସେହିଭଳି ପେଟ୍ରୋଲ ଟାଙ୍କି ନିକଟରେ ଗ୍ୟାରେଜ୍‌ ଖୋଲା ରହିବ ବୋଲି କହିଛନ୍ତି ପୋଲିସ କମିଶନର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.