କଟକ : କଟକ ସହରରେ ଦୂର୍ଗାପୂଜା ପାଇଁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ୍ ପୋଲିସ । କଟକଣା ଗୁଡ଼ିକ ଆସନ୍ତା ତା. ୦୯.୧୦.୨୦୨୪ ରିଖ ଠାରୁ ତା. ୧୩.୧୦.୨୦୨୪ ରିଖ ଅପରାହ୍ଣ ୪ ଘଟିକା ଠାରୁ ରାତ୍ର ୧ ଘଟିକା ପର୍ଯ୍ୟନ୍ତ ବା ଭିଡ ଭାଙ୍ଗିବା ପର୍ଯ୍ୟନ୍ତ ଲାଗୁ କରାଯିବ । ହାୱଡା ମୋଟର ଛକ ଠାରୁ କୌଣସି ଯାନବାହାନ ସିଧା ମଙ୍ଗଳାବାଗ ଛକ ଆଡକୁ ଯାଇପାରିବେ ନାହିଁ । ଏହି ଗାଡିଗୁଡିକ ହାୱଡା ମୋଟର ଛକ ଠାରୁ ମାତାମଠ ଛକ ଦେଇ ମହାନଦୀ ରିଙ୍ଗ ବନ୍ଧରେ ଆସି ମଲ୍ଲାସାହି ବା କାଠଗୋଲା ଦେଇ ମଙ୍ଗଳାବାଗ ଛକକୁ ଯାଇପାରିବେ ।
ମଙ୍ଗଳାବାଗ ଆଡୁ କୌଣସି ଗାଡି କାଠଗୋଲା କିମ୍ବା ମଲ୍ଲାସାହି ଆଡକୁ ଯାଇପାରିବେ ନାହିଁ । ଉକ୍ତ ଯାନବାହାନ ଗୁଡିକ ମେଡିକାଲ ଭିତର ରାସ୍ତା ଦେଇ କେନାଲ ରୋଡରେ ଯାଇପାରିବେ । ମଙ୍ଗଳାବାଗ ପୁରୁଣା ଦେବୀ ଘର ଛକ ଠାରୁ କୌଣସି ଯାନବାହାନ ବଣିଆସାହି କିମ୍ବା ଥୋରିଆ ସାହି ଆଡକୁ ଯାଇପାରିବେ ନାହିଁ । ଦୋଳମୁଣ୍ଡାଇ ଛକ ଆଡୁ ଆସୁଥିବା ସମସ୍ତ ଯାନବାହାନଗୁଡିକ ବଜ୍ରକବାଟୀ ବନ୍ଧ ଛକ ଠାରୁ ରାଣୀହାଟ ଆଡକୁ ଯାଇପାରିବେ ନାହିଁ ।
ଉକ୍ତ ଯାନବାହାନ ଗୁଡିକ ବଜ୍ରକବାଟୀ ବନ୍ଧ ଛକ ଠାରୁ ବାମ ପଟ କେନାଲ ରୋଡରେ ଗହ୍ମାଡିଆ, କବର ସ୍ଥାନ, କେଶରପୁର ଛକ ଦେଇ ମଙ୍ଗଳାବାଗ କିମ୍ବା ବକ୍ସିବଜାର ଆଡକୁ ଯାଇପାରିବେ ଏବଂ ଫ୍ରେଣ୍ଡସ କଲୋନୀ ଦେଇ ଥୋରିଆ ସାହି ବାଳିକା ସ୍କୁଲ ପାଖରେ ବାହରି କେବଳ ମଙ୍ଗଳାବାଗ ଆଡକୁ ଯାଇପାରିବେ, ବଣିଆସାହି କିମ୍ବା ଭୂଦାନ ଅଫିସ ଆଡକୁ ଯାଇପାରିବେ ନାହିଁ । କେଶରପୁର ପୋଲ, ଗହ୍ମାଡିଆ ଛକ, ଥୋରିଆ ସାହି ବାଳିକା ସ୍କୁଲ ଛକ ଓ ଫ୍ରେଣ୍ଡସ କଲୋନୀ ତରଫରୁ କୌଣସି ଯାନବାହାନ ବଜ୍ରକବାଟୀ ବନ୍ଧ ଆଡକୁ ଯାଇପାରିବେ ନାହିଁ ।
ଥୋରିଆ ସାହି ଓ ବଣିଆସାହି ଛକରୁ କୌଣସି ଯାନବାହାନ ବଢେଇ ସାହି ଆଡକୁ ଯାଇପାରିବେ ନାହିଁ । ମୋଚି ସାହି ଛକ ଠାରୁ କୌଣସି ଯାନବାହାନ ରାଣୀହାଟ ହାଇସ୍କୁଲ ଦେଇ ବ୍ଲକ ଟାୱାର ଆଡକୁ
ଯାଇପାରିବେ ନାହିଁ । ସେହି ଗାଡିଗୁଡିକ ମୋଚିସାହି ଛକ ଠାରୁ ବାମପଟ କେନାଲ ରାସ୍ତା ଦେଇ ଯାଇପାରିବେ । ଦୋଳମୁଣ୍ଡାଇ ଛକ ଆଡୁ ଆସୁଥିବା ଯାନବାହାନ ଗୁଡିକ ମହତାବ ରୋଡ ଦେଇ ଛତ୍ରବଜାର ଆଡକୁ ଯାଇ ସେହି ଠାରୁ ମାଲଗୋଦାମ କିମ୍ବା ଓ. ଏମ .ପି. ଆଡକୁ ଯାଇପାରିବେ ।
ମାଲଗୋଦାମ ଫାଣ୍ଡି ଛକ ପାଖରୁ କୌଣସି ଯାନବାହାନ ଛତ୍ରବଜାର ଦେଇ ମହତାବ ରୋଡ ଆଡକୁ କିମ୍ବା ପିଲିଗ୍ରୀମ ରୋଡ ଦେଇ କଲେଜ ଛକ ଆଡକୁ ଯାଇପରିବେ ନାହିଁ । ବ୍ଲକ ଟାୱାର ଠାରୁ କେନାଲ କୂଳରେ ଆସୁଥିବା ଯାନବାହାନ ଗୁଡିକ ଛତ୍ରବଜାର ବନ୍ଧ ଠାରୁ ବାମ ମୋଡ ନେଇ ମାଲଗୋଦାମ ଆଡକୁ ଯାଇପାରିବେ କିମ୍ବା ଡାହାଣ ମୋଡ ନେଇ ଓ.ଏମ.ପି. ଆଡକୁ ଯାଇପାରିବେ । ଛତ୍ରବଜାର ଦୈତାରୀ ରାଉତଙ୍କ ଆଳୁ ଗୋଦାମ ଆଡୁ କୌଣସି ଯାନବାହାନ ପ୍ରଫେସରପଡା ଦେଇ ବଜ୍ରକବାଟୀ ଆଡକୁ ଯାଇପାରିବେ ନାହିଁ, କିନ୍ତୁ ବଜ୍ରକବାଟୀ ଆଡୁ ଆସୁଥିବା ଯାନବାହାନ ଗୁଡିକ ପ୍ରଫେସରପଡା ଦେଇ କେନାଲ ରାସ୍ତାରେ ଛତ୍ରବଜାର ଆଡକୁ ଯାଇପାରିବେ । କୌଣସି ଯାନବାହାନ ଛତ୍ରବଜାର କିମ୍ବା ମାଲଗୋଦାମ ରୁ ମହତାବ ରୋଡ ଦେଇ ଦୋଳମୁଣ୍ଡାଇ ଆଡକୁ ଯାଇପାରିବେ ନାହିଁ ।
ସମ୍ରାଟ ସିନେମା ଆଡୁ କିମ୍ବା କଲ୍ୟାଣୀ ନଗର ପଟୁ ଆସୁଥିବା ଯାନବାହାନ ଗୁଡିକ ତାଳଦଣ୍ଡା କେନାଲ ରାସ୍ତା ଦେଇ ଛତ୍ରବଜାର ଆଡକୁ ଯାଇପାରିବେ କିନ୍ତୁ କଲ୍ୟାଣୀ ନଗର ଆଡକୁ ଯିବାକୁ ଚାହୁଁଥିବା ଯାନବାହାନଗୁଡିକ ନୂଆ କେନାଲ ରୋଡ ଦେଇ ଆନନ୍ଦପୁର ଶିବ ମନ୍ଦିର ଦେଇ ଯାଇପାରିବେ । ମାଲଗୋଦାମ ଟ୍ରାଫିକ ଷ୍ଟାଣ୍ଡରୁ ଗାଡିଗୁଡିକ ମାଲଗୋଦାମ ମେଢ ପର୍ଯ୍ୟନ୍ତ ଯାଇ ଦେବୀ ଘର ସାମ୍ନା ଦେଇ
କିରଣ ଚା କମ୍ପାନୀ ରାସ୍ତା ଦେଇ ବାଲାଜି ହୋଟେଲ ଛକ ହୋଇ କୋଇଲା ଡିପୋ ଦେଇ ଓ.ଏମ.ପି. ଛକ କିମ୍ବା ଡାହାଣ ମୋଡ ନେଇ କେନାଲ ରାସ୍ତା ଦେଇ ଶ୍ରୀୟା ହସ୍ପିଟାଲ ଆଡକୁ ଯାଇପାରିବେ ।
ମାଲଗୋଦାମ ଆଡୁ ଫ୍ଲାଏଓଭର ବ୍ରିଜ ଆଡକୁ କୌଣସି ଗାଡି ଆସିପାରିବେ ନାହିଁ । ଉକ୍ତ ଗାଡିଗୁଡିକ ଫ୍ଲାଏଓଭର ବ୍ରିଜର ବାମ ପାର୍ଶ୍ଵରେ ଥିବା ପୁରୁଣା ରାସ୍ତା ଦେଇ ରେଲୱେ ଷ୍ଟେସନ କିମ୍ବା ରେଭେନ୍ସା କଲେଜ
ଆଡକୁ ଯାଇପାରିବେ । ମାଲଗୋଦାମ ଫ୍ଲାଏଓଭର ବ୍ରିଜରେ ଭିଡ ହେଲେ ଓ.ଏମ.ପି. ଛକରୁ କୌଣସି ପ୍ରକାରର ଯାନବାହାନକୁ କଲେଜ ଛକ ଆଡକୁ ଯିବାକୁ ଦିଆଯିବ ନାହିଁ । ସେହି ଗାଡିଗୁଡିକ ସିଧା ଶିଖରପୁର ଦେଇ ଯୋବ୍ରା ଛକ ହୋଇ ଯାଇପାରିବେ ।
ପିଠାପୁର ଓ ଝୋଲାସାହି ଆଡୁ ଆସୁଥିବା ଯାନବାହାନ ଗୁଡିକ ଝୋଲାସାହି ଫୋନବକ୍ସ ଛକ ଠାରୁ ବାମପଟେ ଗୋପାଳଜୀଉ ଲେନ, ବଙ୍ଗାଳି ସାହି କିମ୍ବା ନନ୍ଦୀ ସାହି ଛକ ଆଡକୁ ନଯାଇ ଫୋନ ବକ୍ସ ଛକ ଠାରୁ ଡାହାଣ ପଟ ରାସ୍ତାରେ କାଠଗଡା ସାହି ଦେଇ ଧର୍ମଶାଳା ଛକରୁ ଫୁଲ ଦୋକାନ ସାମ୍ନା ରାସ୍ତାରେ ଉତ୍କଳିକା ଦେଇ ଜେଲରୋଡ କିମ୍ବା ଗୌରିଶଙ୍କର ପାର୍କ ଆଡକୁ ଯାଇପାରିବେ । ଉତ୍କଳିକା ଛକ ପଟୁ କୌଣସି ପ୍ରକାରର ଯାନବାହାନ ଫୁଲ ଦୋକାନ ଦେଇ କାଠଗଡା ସାହି କିମ୍ବା କେଉଟ ସାହି ଆଡକୁ ଯାଇପାରିବେ ନାହିଁ ।
ଗୌରିଶଙ୍କର ପାର୍କ ସବଷ୍ଟେସନ ଛକ ଠାରୁ କାଠଗଡା ସାହି ଓ ଝୋଲା ସାହି ଆଡକୁ ଯିବାକୁ ଚାହୁଁଥିବା ଗାଡିଗୁଡିକ ସବଷ୍ଟେସନ ଛକ ଠାରୁ ପ୍ରେସ କ୍ଲବ ସାମ୍ନା ଦେଇ ଧର୍ମଶାଳା ଛକରୁ ଡାହାଣ ମୋଡ ନେଇ
କେଉଟ ସାହି ଦେଇ ଆପଣଙ୍କ ହୋଟେଲ ଛକରୁ ନନ୍ଦି ସାହି ଓ ଝୋଲା ସାହି ଭିତର ଦେଇ ଏଲେକ୍ଟ୍ରି ଟ୍ରାନ୍ସଫର୍ମର ଛକ ଦେଇ ଯାଇପରିବେ । ଆପଣଙ୍କ ହୋଟେଲ ଛକରୁ କୌଣସି ପ୍ରକାରର ଯାନବାହାନ
ପୂର୍ଣସାହୁ ଛକ ଆଡକୁ ଯାଇପାରିବେ ନାହିଁ ।
ପୁରୁଣା ଜେଲ ଛକ ପଟୁ ଚୌଧୁରି ବଜାର ଛକ ଆଡକୁ ଆସୁଥିବା ଯାନ୍ବାହାନ ଗୁଡିକ ଗୌରିଶଙ୍କର ପାର୍କ ସବଷ୍ଟେସନ ଛକରୁ ସିଧା ଚୌଧୁରି ବଜାର ଆଡକୁ ଯାଇପାରିବେ ନାହିଁ । ସେହି ଗାଡିଗୁଡିକ ସବଷ୍ଟେସନ ଛକରୁ ଡାହାଣ ମୋଡ ନେଇ ଗଙ୍ଗା ମନ୍ଦିର, କାଜି ବଜାର ଓ ମେହେନ୍ଦୀ ପୁର ଦେଇ ମୁନଲାଇଟ ସ୍କୁଲ ଛକରେ ବାହାରି କେବଳ ଚାନ୍ଦିନୀଚୌକ ଆଡକୁ ଯାଇପାରିବେ । ପୂର୍ଣ୍ଣସାହୁ ଛକରୁ କୌଣସି ଯାନବାହାନ ଯାଉଁଳିଆପଟି, କେଉଟ ସାହି କିମ୍ବା ନନ୍ଦୀ ସାହି ଆଡକୁ ଯାଇପାରିବେ ନାହିଁ, ସେମାନେ ମୁନ୍ସିପାଲଟୀ ଓ ଗୋପାଳଜୀଉ ଲେନ ଦେଇ ଝୋଲାସାହି ଓ ବଙ୍ଗାଳୀସାହି ଯାଇପାରିବେ ।
ଚୌଧୁରୀ ବଜାର ଛକରୁ କୌଣସି ଯାନବାହାନ ଗୌରିଶଙ୍କର ପାର୍କ ଆଡକୁ ଯାଇପାରିବେ ନାହିଁ । କୌଣସି ଯାନବାହାନ ବାଲୁବଜାର ଛକରୁ ନିମଚୌଡି ଛକ, ରୂପାରିଗୋବିନ୍ଦ ଗହଣା ଦୋକାନ ଛକ କିମ୍ବା
ହାଇ କୋର୍ଟ ଛକ ଦେଇ ଚାନ୍ଦିନୀଚୌକ ଯାଇପାରିବେ ନାହିଁ । କଲେକ୍ଟର ଅଫିସ୍ ପଟୁ ଆସୁଥୁବା ଯାନବାହାନ ଗୁଡିକ କେବଳ ହାଇକୋର୍ଟ ଛକରୁ ଡାହାଣ କୁ ଭାଙ୍ଗି ନିମଚୌଡି ଆଡକୁ ଯାଇପାରିବେ। କାଳିଗଳି ଭିତରୁ ଆସୁଥିବା ସମସ୍ତ ଯାନବାହାନ ଗୁଡିକ ଚାନ୍ଦିନୀଚୌକି ଆଡକୁ ଯାଇପାରିବେ ନାହିଁ ।
ଗଙ୍ଗାମନ୍ଦିର ଛକରୁ କିମ୍ବା ଆଲାମଚାନ୍ଦ ବଜାରୁ ଛକରୁ କୌଣସି ଯାନବାହାନ ନିମନୌଡି ଛକ ଦେଇ ଚାନ୍ଦିନୀଚୌକ ଛକ ଆଡକୁ ଯାଇପାରିବେ ନାହିଁ ।ସେମାନେ କାଜିବଜାର ଛକ ଓ ମେହେନ୍ଦୀପୁର ଛକ ଦେଇ ଚାନ୍ଦିନୀଚୌକ ଆଡକୁ ଯାଇପାରିବେ ପାରିବେ । କାଜିବଜାର ପୁରୁଣା ଦେବୀ ଘର ଛକରୁ କୌଣସି ଯାନବାହାନ ଗଙ୍ଗାମନ୍ଦିର ଆଡକୁ ଯାଇପାରିବେ ନାହିଁ । ଚାନ୍ଦିନୀଚୌକ ଛକ ଠାରୁ କୌଣସି ଯାନବାହାନ ଶେଖ ବଜାର ଦେଇ ଚଣ୍ଡୀ ମନ୍ଦିର ଆଡକୁ ଆସିବେ ନାହିଁ ।
ମହମ୍ମଦିଆ ବଜାର ରାସ୍ତା ବ୍ୟତୀତ ଚାନ୍ଦିନୀଚୌକ ରୁ ଚଣ୍ଡୀ ମନ୍ଦିର ଛକ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ସମସ୍ତ ଗଳି ରାସ୍ତା ମାନଙ୍କରୁ କୌଣସି ଯାନବାହାନ ମୁଖ୍ୟ ରାସ୍ତାକୁ ଆସିବେ ନାହିଁ । ମହମ୍ମଦିଆ
ବଜାର ରାସ୍ତା ବ୍ୟତୀତ ଉକ୍ତ ମୁଖ୍ୟ ରାସ୍ତରୁ ଗଳି ରାସ୍ତା କୁ ଯାଇ ପାରିବେ ନାହିଁ। କଲେଜ ଛକରେ ସଙ୍ଗୀତ ଆସର ହେଉଥିବା ସମୟରେ ବ୍ଲକ ଟାୱାର ଆଡୁ ଆସୁଥିବା ସମସ୍ତ ଯାନବାହାନ କଟକ ସୁଇଟଷ୍ଟଲ ଛକରୁ ବାମକୁ ଯାଇ ଆଇ ଲଭ କଟକ ଛକ,ବମ୍ବେ ହୋଟେଲ୍ ଛକ ଓ ପୋଷ୍ଟ ଅଫିସ୍ ଛକ ଦେଇ ମାଲଗୋଦାମ ଫ୍ଲାଇଓଭରବ୍ରିଜ୍ ଆଡକୁ ଯାଇପାରିବେ। କୌଣସି ଯାନବାହାନ ବମ୍ବେ ହୋଟେଲ ଛକର କିମ୍ବା ପୋଷ୍ଟ ଅଫିସ୍ ଛକ ଦେଇ କଲେଜ ଛକ ଦେବୀଘର ଆଡକୁ ଯାଇପାରିବେ ନାହିଁ ।
ଡକ୍ଟର ଗୁରୁ ମହାନ୍ତି ଛକଠାରୁ କୌଣସି ଯାନବାହାନ ସିଧା ଚାନ୍ଦିନୀଚୌକ ଆଡକୁ ଆସିପାରିବେ ନାହିଁ । ପୁଲିସ କ୍ଲବ ଗଡ଼ାରୁ କୌଣସି ଯାନବାହାନ ଡକ୍ଟର ଗୁରୁ ମହାନ୍ତି ଛକ ଆଡକୁ ଯାଇପାରିବେ ନାହିଁ ।
ମଣ୍ତି ମନ୍ଦିର ଛକରୁ ବେଲଭିୟୁ ଛକ ଆଡକୁ ରିଂ ରୋଡ ଦେଇ କୌଣସି ଭାରି ଯାନ ଯାତାୟାତ କରିପାରିବେ ନାହିଁ ।
ନୂଆ ବଜାର ଛକରୁ କୌଣସି ଚାରିଚକିଆ ଓ ଭାରିଯାନ ସିଧା ଓ.ଏମ.ପି ଛକ ଆଡକୁ ଯାଇପାରିବେ ନାହିଁ। କେବଳ ଚାରିଚକିଆ ଯାନ ନୂଆ କେନାଲ ରୋଡ଼ ଦେଇ କିମ୍ବା ପୋତାପୋଖରୀ ଆଡକୁ ଯାଇ ପାରିବେ ଓ ଭାରୀଯାନ ପୋତାପୋଖରୀ ଦେଇ ଓ.ଏମ.ପି ଛକ ଆଡକୁ ଯାଇପାରିବେ, ସେହିପରି ଓ.ଏମ.ପି ଛକରୁ କୌଣସି ଭାରୀଯାନ ଚାଉଳିଆଗଞ୍ଜ ଆଡକୁ ଯାଇପାରିବେ ନାହିଁ । କନ୍ଦରପୁର ଠାରୁ କୌଣସି ଭାରିଯାନ ଅପରାହ୍ନ ୪ ଘଟିକା ଠାରୁ ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ବା ଭିଡ ନଭାଙ୍ଗିବା ପର୍ଯ୍ୟନ୍ତ ନୂଆବଜାର ଆଡକୁ ଆସିପାରିବେ ନାହିଁ ।
କାଳିଆବୁଦାରେ ଟ୍ରାଫିକ ଭିଡ ହେଲେ ପୋତାପୋଖରୀ ଆଡୁ ଆସୁଥିବା ଯାନବାହାନ ଗୁଡିକ ହାରାମଣୀ ମଣ୍ଡପ ଛକରୁ ସିଧା କାଳିଆବୁଦା ଆଡକୁ ନଯାଇ ମହାନଦୀ ବିହାର ପି.ସି. ଜସ୍ଟିସ ଛକ, ମଙ୍ଗଳା ମନ୍ଦିର ଛକ ମହାନଦୀ ବିହାର, ଜାତୀୟ ରାଜପଥ ତଳ ରାସ୍ତା ଦେଇ ଯାଇ ପାରିବେ ।
ଯୋବ୍ରା ଆନିକଟ ଛକ ଆଡୁ ଆସୁଥିବା ସମସ୍ତ ତିନିଚକିଆ ଓ ଚାରିଚକିଆ ଯାନ ଗୁଡିକ ଯୋବ୍ରା ଶନି ମନ୍ଦିର ଛକ ଠାରୁ ସିଧା ଗଳିପୋଲ ରାସ୍ତାରେ ନଯାଇ ବାମକୁ ଗଡି ମହାନଦୀ କଡ ରାସ୍ତାରେ ଯାଇପାରିବେ ।ସେହିପରି ଗୁରୁଦ୍ବାରା ପଟୁ ଆସୁଥିବା ତିନିଚକିଆ ଓ ଚାରିଚକିଆ ଯାନ ସିଧା ଗଳିପୋଲୋ ରାସ୍ତାରେ ନଯାଇ ରିଂ ରୋଡ଼ରେ ଡାହାଣକୁ ଗଡି ଯୋବ୍ରା ଆଡକୁ ଯାଇ ପାରିବେ ।