ପ୍ରବାସୀ ଭାରତୀୟ ଦିବସ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା, ଏହି ସବୁ ରାସ୍ତାରେ ଯାତାୟତ ମନା
ଭୁବନେଶ୍ୱର: ଭୁବନେଶ୍ୱର ଜନତା ମୈଦାନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି । ପ୍ରଥମଥର ପାଇଁ ଓଡ଼ିଶାରେ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ବିଶାଳ ଓ ଭବ୍ୟ କରିବାକୁ ଜୋରଦାର ଆୟୋଜନ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଓଡ଼ିଆ ସଂସ୍କୃତିି ଅନୁଯାୟୀ ପ୍ରବାସୀଙ୍କୁ ସ୍ବାଗତ କରାଯିବ । ପର୍ଯ୍ୟଟନ, ବାଣିଜ୍ୟ, ଶିଳ୍ପ ପାଇଁ ବିଭିନ୍ନ ସେସନ୍ ରହିବ । ଏପର୍ଯ୍ୟନ୍ତ ସାଢ଼େ ୩ ହଜାର ପ୍ରବାସୀ ପଞ୍ଜିକରଣ କରି ସାରିଲେଣି । ଏଥିପାଇଁ ଜନତା ମୈଦାନରେ ଛିଡ଼ା ହୋଇଛି ବଡ଼ବଡ଼ ହ୍ୟାଙ୍ଗର । ଯାହା ଭାରତୀୟଙ୍କ ବିଦେଶ ଯାତ୍ରାର ଇତିହାସକୁ ବର୍ଣ୍ଣନା କରୁଛି । କେବେଠୁ ଭାରତୀୟମାନେ ବିଦେଶକୁ ଯାତ୍ରା କଲେ । ଶ୍ରମିକ ଭାବେ ବାହାରକୁ ଯାଇ, କିଭଳି ରାଜନୀତିଠୁ ଆରମ୍ଭ କରି ଅର୍ଥନୀତି ପ୍ରତିଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ତାହାକୁ ଦର୍ଶାଉଛି ହ୍ୟାଙ୍ଗର । ସେହିପରି ଏଲ୍ଇଡି ମାଧ୍ୟମରେ ଓଡ଼ିଶାର ଐତିହ୍ୟ, ପରମ୍ପରାକୁ ପ୍ରଦର୍ଶନ କରି ବିଶ୍ୱସ୍ତରରେ ଏହାର ପ୍ରଚାର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
ରାଜଧାନୀରେ ୩ ଦିନ ଧରି ସମ୍ମିଳନୀ ହେବାକୁ ଯାଉଥିବା ବେଳେ ଏଥିପାଇଁ ଜାରି ହୋଇଛି ଟ୍ରାଫିକ ଆଡଭାଇଜରି । ଏନେଇ ଟ୍ରାଫିକ ପରିଚାଳନାରେ ପୋଲିସକୁ ସହଯୋଗ କରିବେ ପ୍ରବାସୀ ମିତ୍ର । କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ବସ୍ତିରେ ପୋଲିସ ସହ କାମ କରୁଥିବା ବସ୍ତି ମିତ୍ର ମାନଙ୍କୁ ନେଇ ପ୍ରବାସୀ ମିତ୍ର ଗଠନ କରି ଏନେଇ ସହଯୋଗ କରିବା ପାଇଁ ତାଲିମ ଦିଆଯାଉଛି । ଏନେଇ ସେମାନେ ବିଭିନ୍ନ ଟ୍ରାଫିକ ଓ ଛକରେ ରହିବେ ।
Traffic Advisory for #PBD2025!
Plan your routes! Expect road closures & diversions around event venues. Stay updated for real-time changes.#PravasiBharatiyaDivas #TrafficUpdate pic.twitter.com/JPZCP8oa5S
— DCP TRAFFIC, BHUBANESWAR-CUTTACK (@DCP_TRAFFIC) January 6, 2025
କେଉଁ କେଉଁ ଛକରେ ଲାଗିଛି ଟ୍ରାଫିକ ଆଡଭାଇଜରି ଏଠାରେ ଜାଣନ୍ତୁ ।
ଆସନ୍ତା ୦୮ ରୁ ୧୦ ପର୍ଯ୍ୟନ୍ତ ଏୟାରପୋର୍ଟରୁ ହସ୍ପିଟାଲ୍ ଛକ, ଏ.ଜି. ଛକ-ରାଜଭବନ ଛକ, ପାୱାର ହାଉସ ଛକ- ୧୨୦ ବି.ଏନ୍. ଛକ, ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ–ଜୟଦେବ ବିହାର ଛକ–ଜାଭିୟର ଛକ, ନାଲକୋ ଛକ ପର୍ଯ୍ୟନ୍ତ କଟକଣା ଜାରି ରହିଛି ।
ଜାନୁଆରୀ ୮:
ଜାନୁଆରୀ ୮ ରେ ସନ୍ଧ୍ୟା ୭.୫୦ ମିନିଟ୍ ରୁ ସନ୍ଧ୍ୟା ୮.୨୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ – କ୍ୟାପିଟାଲ ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼–ରାଜଭବନ ପର୍ଯ୍ୟନ୍ତ କଟକଣା ରହିବ ।
ଜାନୁଆରୀ ୯:
ଜାନୁଆରୀ ୯ରେ ସକାଳ ସକାଳ ୯.୩୦ମିନିଟ୍ ରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ରାଜଭବନ ଛକ-ପାୱାର ହାଉସ ଛକ-୧୨୦ ବାଟାଲିୟନ ଛକ-ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ– ଜୟଦେବ ବିହାର ଛକ–ଜାଭିୟର ଛକରୁ ନାଲକୋ ଛକ ପର୍ଯ୍ୟନ୍ତ କଟକଣା ରହିବ ।
ସେହିପରି ନାଲକୋ ଛକ-ଜାଭିୟର ଛକ–ଜୟଦେବ ବିହାର ଛକ ବେହେରା ସାହି ଛକ-ଶାସ୍ତ୍ରୀ ନଗର ଛକ– ୧୨୦ ବାଟାଲିୟନ ଛକ-ପାୱାର ହାଉସ ଛକ-ରାଜଭବନ ଛକ-ବାମ ମୋଡ଼–ଏ.ଜି. ଛକ–ଡାହାଣ ମୋଡ଼– ହସ୍ପିଟାଲ୍ ଛକ-ଏୟାରପୋର୍ଟ ଛକରେ କଟକଣା ରହିବ ।
ଅପରାହ୍ନ ୪.୨୦ ମିନିଟ୍ ରୁ ଅପରାହ୍ନ ୪.୫୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ-ହସ୍ପିଟାଲ୍ ଛକ-ଏ.ଜି. ଛକ-ବାମ ମୋଡ଼–ରାଜଭବନ ଛକ ପର୍ଯନ୍ତ କଟକଣା ରହିବ ।
ଜାନୁଆରୀ ୧୦:
ସକାଳ ୧୧.୨୦ ମିନିଟରୁ ସକାଳ ୧୧.୫୦ ମିନିଟ ପର୍ଯ୍ୟନ୍ତ ରାଜଭବନ ଛକ – ପାୱାର ହାଉସ ଛକ – ୧୨୦ ବାଟାଲିୟନ ଛକ – ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକ – ଜାଭିୟର ଛକ ନାଲକୋ ଛକ ପର୍ଯନ୍ତ କଟକଣା ରହିବ ।
ଅପରାହ୍ନ ୪.୫୦ ମିନିଟରୁ ସନ୍ଧ୍ୟା ୫.୨୫ ମିନିଟ୍ ପର୍ଯ୍ୟନ୍ତ ନାଲକୋ ଛକ – ଜାଭିୟର ଛକ – ଜୟଦେବ ବିହାର ଛକ ବେହେରା ସାହି ଛକ – ଶାସ୍ତ୍ରୀ ନଗର ଛକ – ୧୨୦ ବାଟାଲିୟନ ଛକ – ପାୱାର ହାଉସ ଛକ – ରାଜଭବନ ଛକ – ବାମ ମୋଡ଼ – ଏ.ଜି. ଛକ – ଡାହାଣ ମୋଡ଼ – ହସ୍ପିଟାଲ୍ ଛକ-ଏୟାରପୋର୍ଟ ଛକରେ କଟକଣା ରହିବ ।