ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ଘଟଣା, ୭ ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ରାଜରାସ୍ତାରେ ଷ୍ଟାର କଳି ପରେ ଥାନାରେ ଏତଲା । ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ଓ ମାଆ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ଏପର୍ଯ୍ୟନ୍ତ ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ । ତୃପ୍ତିଙ୍କ ଘରକୁ ଯିବ ମହିଳା ପୋଲିସ ଟିମ୍‌ ।

ଫୋନରେ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କୁ ଯୋଗାଯୋଗ କରିଛି କମିଶନରେଟ୍ ପୋଲିସ । ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ ଅବଗତ କରିଛି ପୋଲିସ।
ସେମାନେ ବାହାରୁ ଫେରିଲେ ପୋଲିସ ସେମାନଙ୍କ ବୟାନ ରେକର୍ଡ କରିବ । ଘଟଣାସ୍ଥଳକୁ ଆଜି ପୁଣିଥରେ ଯାଇପାରେ ପୋଲିସ । ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କ ବୟାନ ରେକର୍ଡ ପୋଲିସ ନୋଟିସ ଦେଇ ଛାଡ଼ିଦେଇଛି ।

ତୃପ୍ତିଙ୍କ ଏତଲା ଆଧାରରେ ବାବୁସାନଙ୍କ ବିରୋଧରେ ୪୯୮-ଏ ଓ ପ୍ରକୃତିଙ୍କ ବିରୋଧରେ ୫୦୬ ଦଫା ଲାଗିଛି । ସେହିଭଳି ପ୍ରକୃତିଙ୍କ ମା’ କୃଷ୍ଣାପ୍ରିୟା ମିଶ୍ରଙ୍କ ଅଭିଯୋଗରେ ତୃପ୍ତି ତାଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ଲାଗିଛି ଦଫା । ବ୍ୟକ୍ତିଙ୍କୁ ବାଟରେ ଅଟକାଇ ମାଡ଼ ମାରିବା, ସର୍ବସାଧାରଣରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା, ଶାରୀରିକ ନିର୍ଯାତନା, ଏକତ୍ରିତ ହୋଇ ଅପରାଧ କରିବା ଓ ଧମକ ଦେବା ଭଳି ଦଫା ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.