ଦୁର୍ଗା ପୂଜା ପାଇଁ ସଜାଗ କମିଶନରେଟ ପୋଲିସ

ଦୁର୍ଗା ପୂଜା ପାଇଁ ସଜାଗ କମିଶନରେଟ ପୋଲିସ । ଟୁଇନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ମୁତୟନ ହେବେ ୬୩ ପ୍ଲାଟୁନ୍‌ ପୋଲିସ ଫୋର୍ସ । ରାପିଡ୍‌ ଆକ୍ସନ ଫୋର୍ସ ଓ କମାଣ୍ଡୋ ୟୁନିଟ୍‌ ମଧ୍ୟ ବିଭିନ୍ନ ସ୍ଥାନରେ ପଇଁତରା ମାରିବେ । ସେହିଭଳି ପୂଜା କମିଟିଗୁଡିକୁ ନିଜସ୍ୱ ସୁରକ୍ଷା କର୍ମୀ ମୁତୟନ କରିବାକୁ କୁହାଯାଇଛି । ମଣ୍ଡପରେ ସିସିଟିଭି କ୍ୟାମେରା ସହ ବ୍ୟାରିକେଡର ବ୍ୟବସ୍ଥା କରାଯିବାକୁ ପୂଜା କମିଟି ଗୁଡିକୁ ନିର୍ଦ୍ଦେଶ ରହିଛି । ଏଥର ଭୁବନେଶ୍ୱରରେ ୧୭୪ଟି ମଣ୍ଡପରେ ପୂଜା ପାଇବେ ଜଗଜ୍ଜନନୀ ମାଆ ଦୁର୍ଗା । ସେଭିତରେ ରହିଛି କିଛି ଚାନ୍ଦି ମେଢ଼ । ୫ଟି ସ୍ଥାନରେ ରାବଣ ପୋଡ଼ି ଉତ୍ସବ ପାଳନ ହେବ । ପୂଜା ଓ ଭସାଣ ଉତ୍ସବରେ ପୋଲିସ ପାଇଁ ଟ୍ରାଫିକ ନିୟନ୍ତ୍ରଣ ମୁଖ୍ୟ ଚ୍ୟାଲେଞ୍ଜ ରହିବ । ପୂଜା ସମୟରେ ଅପରାଧୀଙ୍କ ଗତିବିଧି ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି । ଏଥିପାଇଁ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.