କମିଶନରେଟ୍ ପୋଲିସକୁ ମିଳିଲା ୩୦ଟି ERSS ଯାନ, ଅପ୍ରୀତିକର ପରିସ୍ଥିତି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ

ଭୁବନେଶ୍ୱର : ଗଡ଼ିଲା ୩୦ ଇଆରଏସଏସ ଯାନ । କୌଣିସ ସ୍ଥାନରେ ଦୁର୍ଘଟଣା, ଅପରାଧ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଏହି ଯାନ ତୁରନ୍ତ ଅଘଟଣସ୍ଥଳରେ ପହଞ୍ଚିବ । ଏହି ଯାନରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ଅସହାୟଙ୍କୁ ତ୍ବରିତ ସହାୟତା ଯୋଗାଇବେ। ନୂଆ ERSS ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୋଲିସ କମିଶନରେଟ୍‌ ମୁଖ୍ୟାଳୟରେ ଏଥିପାଇଁ ବିଶେଷ ଆୟୋଜନ କରାଯାଇଥିଲା । ERSSର ଅର୍ଥ ହେଉଛି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ବା ଏମଜେନ୍ସିଂ ରେସପନ୍ସ ସପୋର୍ଟ ସିଷ୍ଟମ ।

ଜରୁରୀକାଳୀନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଓ ଡାଏଲ୍‌ ୧୧୨ର ଉତ୍ତମ ସେବା ପ୍ରଦାନ ପାଇଁ ଓଡ଼ିଶା ସରକାର ୩୦ଟି ଏମଜେନ୍ସିଂ ରେସପନ୍ସ ସପୋର୍ଟ ସିଷ୍ଟମ ଯାନକୁ ମଞ୍ଜୁର କରିଛନ୍ତି । କଟକ ଓ ଭୁବନେଶ୍ବର କମିଶନରେଟ୍‌ ଅଞ୍ଚଳରେ ମିଳିବ ସୁବିଧା । ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ ପୋଲିସ ।