ରାସ୍ତାରେ ବିକଟାଳ ରଡ଼ି କରୁଥିବା ବାଇକ୍‌ ଏବେ ଟ୍ରାଫିକ୍‌ ଥାନାରେ, ଫାଇନ୍‌ ଦିଅ କୋର୍ଟରୁ ଆଣ

ଚଢ଼ାଉ ହେଲେ ସାବାଡ୍‌ ହେବେ ରୋଡ୍‌ ହିରୋ ସବୁ । ବୁଲେଟ ଚଳାଉଥିବା ବେଳେ ଢୋ ଢୋ ବାଣ ଫୁଟାଇଲା ଭଳି ସାଉଣ୍ଡ କରି ଏମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ତ ଡରାନ୍ତି ତା ସହିତ ଟ୍ରାଫିକ ଆଇନ୍‌କୁ ବି ଭାଙ୍ଗିବାକୁ ପଛାନ୍ତି ନାହିଁ ।

ଭୁବନେଶ୍ୱର (କେନ୍ୟୁଜ୍‌) : ଭୟଙ୍କର ଶବ୍ଦ କରୁଥିବା ବାଇକ୍‌ ଚାଳକଙ୍କୁ ଆଉ ତ୍ରାହି ନାହିଁ । ବେଶ୍‌ କିଛି ଦିନର ନିରବତା ପରେ ଏବେ କମିଶନରେଟ୍‌ ପୋଲିସ୍‌ ଜାଗିଛି ଆଉ ଜବତ କରିଛି । ତେଣୁ ଆଜି ଭୁବନେଶ୍ୱର ଏଜି ଛକ ନିକଟରେ ଟ୍ରାଫିକ୍‌ କାର୍ଯ୍ୟାଳୟରେ ବହୁତ ଲୋକଙ୍କ ଭିଡ଼ ଜମିଥିଲା । ନିଜ ନିଜ ବାଇକ୍‌ ନେବାକୁ ସେମାନେ ଆସିଥିଲେ । କିଏ ଫାଇନ୍‌ ଦେଇ ବାଇକ୍‌ ନେବାକୁ ରାଜି ଥିଲା ତ ଆଉ କିଏ କହୁଥିଲା ପୋଲିସ୍‌ ଗୋଟେ ଯାତ୍ରା ଲଗାଇଛି ।

ତେବେ ଏମିତି ଚଢ଼ାଉ ହେଲେ ସାବାଡ୍‌ ହେବେ ରୋଡ୍‌ ହିରୋ ସବୁ । ବୁଲେଟ ଚଳାଉଥିବା ବେଳେ ଢୋ ଢୋ ବାଣ ଫୁଟାଇଲା ଭଳି ସାଉଣ୍ଡ କରି ଏମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ତ ଡରାନ୍ତି ତା ସହିତ ଟ୍ରାଫିକ ଆଇନ୍‌କୁ ବି ଭାଙ୍ଗିବାକୁ ପଛାନ୍ତି ନାହିଁ । ବାଇକ୍‌ ସାଇଲେନ୍ସରରୁ ଏଭଳି ଶବ୍ଦ ବାହାରି ଥାଏ । ତେବେ ଏମିତି ଷ୍ଟାଇଲ୍‌ ମାରୁଥିବା ଯୁବକଙ୍କୁ ଚେତାବନୀ ଦେଇଛି କମିଶନରେଟ୍‌ ଟ୍ରାଫିକ୍‌ ପୋଲିସ୍‌ । ଧରାପଡ଼ିଲେ ସାଇଲେନସର ତ ଖୋଲି ନିଆଯାଉଛି ତା ସହିତ ବଡ଼ ପରିମାଣର ଫାଇନ୍‌ ବି ଦେବାକୁ ପଡୁଛି । ତାହା ପୁଣି ସିଧାସଳଖ କୋର୍ଟରେ । କୋର୍ଟରୁ ଲିଖିତ ଭାବେ ଆଣିବା ପରେ ଯାଇ ଟ୍ରାଫିକ ଥାନାରୁ ଗାଡ଼ି ବାହାରି ପାରିବ । ନହେଲେ ଥାନା ପରିସରରେ ପଡ଼ି ଖତ ଖାଇବ ଏସବୁ ଗାଡ଼ି ।

ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେମିଶନରେଟ୍‌୍‌ ଟ୍ରାଫିକ ପୋଲିସ l ରାସ୍ତାରେ ବୁଲେଟ ଧରି ବିକଟାଳ ରଡ଼ି କରି ଯାଉଥିବା ରୋଡ଼ ରୋମିଓଙ୍କୁ ପାନେ ଚଖାଇଛି ଟ୍ରାଫିକ ପୋଲିସ l ଏଭଳି ବେଆଇନ୍‌ ଭାବେ ସାଇଲେନସର ଲଗାଇ ଭୟଙ୍କର ଶବ୍ଦ କରୁଥିବା ଗାଡ଼ିର ମାଲିକ ବିଶେଷ ଭାବେ ଯୁବକମାନେ ଥିଲେ । ବିଭିନ୍ନ ଡିଜାଇନ୍‌ ବୁଲେଟ୍‌ ଦେଖିଲେ ଆଖି ଖୋସି ହୋଇ ଯିବ । ଆଉ ସେଥିରେ ଲାଗିଥିଲା ଭଳିକି ଭଳି ଡିଜାଇନର ସାଇଲେନ୍ସର ପାଇପ l କେଉଁଥିରେ ବଡ଼ କେଉଁଥିରେ ଦୁଇ ଟିକିଆ ତ ଆଉ କାହାର ସାଇଲେନ୍ସର ଅତି ଅଦ୍ଭୁତ ଦେଖା ଯାଉଥିଲା l କିଏ ଭୀମ ଗଦା ଭଳି ବୁଲେଟ ସାଇଲେନ୍ସର ପାଇପ ଧରି ରହିଥିଲା, ତ ଆଉ କିଏ ଗେଟ ସାମ୍ନାରେ ରହି କହୁଥିଲେ ଆମ ବୁଲେଟ ଆମକୁ ଦିଅ, ଯାହା ଟଙ୍କା ଲାଗିବ ନିଅ l ଫାଇନ କାଟି ଆମ ଗାଡି ଆମକୁ ଦିଅ l ଆଉ ପୁଣି ଶୁଣିବାକୁ ମିଳୁଥିଲା, ଅଯଥା ଯାତ୍ରା ବନ୍ଦ କରି ଆମ କଥା ବୁଝିଲ l…. ଯେମିତି ଅଧିକାଂଶ ଯୁବକ ଭୁଲ କରିଥିବା କଥାକୁ ମାନିବାକୁ ପ୍ରସ୍ତୁତ ନଥିଲେ ।

bike

ତେବେ ଆଜି କାଲିର ଯୁବ ପିଢ଼ି ଷ୍ଟାଇଲ୍‌ ବାଇକ୍‌ ଓ ବୁଲେଟ ଆଦି ଚଢିବାର ସଉକ ତ ରଖିଛନ୍ତି । ହେଲେ ଏମାନଙ୍କ ଭିତରୁ ଅନେକ ଟ୍ରାଫିକ ନୀତି ନିୟମ ଜାଣି ନାହାନ୍ତି । ଆଉ କିଛି ଯୁବକ ତ ଆଦୌ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେମିତି କିଛି ଭୁଲ କରୁଛନ୍ତି ବୋଲି । ନିଜ ମସ୍ତିରେ ପୂରା ଆତ୍ମବିଭୋର l ସେମାନଙ୍କ ଯୋଗୁଁ ପରିବେଶ ନଷ୍ଟ ହେଉଛି, ଅନ୍ୟ ଲୋକେ ହଇରାଣ ହେଉଛନ୍ତି, ଏକଥା ଯେମିତି ଭୁଲି ଯାଉଛନ୍ତି । ଖାଲି ସେତିକି ନୁହେଁ ରାସ୍ତାରେ ବୁଲେଟ ଚଢ଼ି ଗଲା ବେଳେ ଯେଉଁଭଳି ଭାବରେ ଶବ୍ଦ ପ୍ରଦୂଷଣ କରି ଯାଆନ୍ତି ତାର ନମୁନା ଟ୍ରାଫିକ ଭାଇମାନେ ସିଜ କରିଥିବା ବୁଲେଟ୍‌୍‌ରୁ ଆମକୁ ଶୁଣାଇଥିଲେ । ଯାହାକୁ ଶୁଣିଲେ ଛାତି କଲିଜା ଯେମିତି ଖସି ପଡିବ । ହୃଦ ସ୍ପନ୍ଦନ ବନ୍ଦ ହୋଇଯିବ, କାନ ପରଦା ଫାଟି ଯିବାର ସମ୍ଭାବନା ବି ରହିଛି l ଆପଣମାନେ ଚିନ୍ତା କରନ୍ତୁ ଯେଉଁ ଲୋକଙ୍କର ହୃଦରୋଗ ଥିବ, ଏଶବ୍ଦ ଶୁଣିଲେ କଣ ହେବ ସେମାନଙ୍କ ଅବସ୍ଥା l ତାଛଡା ଏମାନେ ଯେତେବେଳେ ହସ୍ପିଟାଲ ପାଖ ରାସ୍ତାରେ ଯାଆନ୍ତି ସେତେବେଳେ ଭାବିଲେ ଦେଖି ଯେଉଁ ରୋଗୀମାନେ କେମିତି ଚମକି ପଡୁଥିବେ ।

ଏଭଳି ବୁଲେଟ ଚାଳକ ତଥା ବୁଲେଟ ପ୍ରେମୀମାନେ ଏକଥା ବି ଭୁଲି ଯାଉଛନ୍ତି ଯେ ପ୍ରକୃତ ବୁଲେଟ କମ୍ପାନୀ ଦେଉଥିବା ସାଇଲେନ୍ସର କାଢ଼ି ଅନ୍ୟ କିଛି ଏଥିରେ ସଂଯୋଗ କରିବା ମଧ୍ୟ ନିୟମ ବାହାରେ । ଶବ୍ଦ ପ୍ରଦୂଷଣ କରୁଥିବା ଏଭଳି ଗାଡ଼ି ଚାଳକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ l ଏହା ଛଡା ଯେଉଁ ଦୋକାନୀ ମଧ୍ୟ ଏଭଳି ସାଇଲେନ୍ସର ପାଇପ ବିକୁଛନ୍ତି ସେମାନେ ବି ସାବଧାନ ହୋଇ ଯାଆନ୍ତୁ l ଅତି ଶୀଘ୍ର ସେମାନଙ୍କ ଉପରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ତେଣୁ ସାବଧାନ ହୋଇଯାଆନ୍ତୁ ଏଭଳି ରୋଡ୍‌ ହିରୋମାନେ । ନଚେତ ନିଜେ କି ବାପା ମାଆମାନେ ବଡ଼ ଧରଣ ତଣ୍ଡ ଗଣିବାକୁ ବାଧ୍ୟ ହେବେ । ଆଉ କୋର୍ଟକୁ ଟଣା ହେବେ । କଣ ଏଥିପାଇଁ ପ୍ରସ୍ତୁତ ତ ଆମର ଷ୍ଟାଇଲ୍‌ ଭାଇମାନେ ?

 

 

 

You might also like