ନକଲି ଔଷଧର ତଦନ୍ତ ପାଇଁ ବିହାରରେ କମିସନରେଟ ପୋଲିସ ଟିମ୍‌, ସହଯୋଗ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ବର(କେନ୍ୟୁଜ୍):କଟକରେ ନକଲି ଔଷଧ ନେଇ ତନାଘନା। ନକଲି ଔଷଧର ତଦନ୍ତ ପାଇଁ ବିହାରରେ କମିସନରେଟ ପୋଲିସର ଟିମ୍‌। ତଦନ୍ତ ପ୍ରକ୍ରିୟାରେ ସହଯୋଗ ପାଇଁ ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଓଡିଶା ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ଓଡ଼ିଶାରେ ଜବତ ହୋଇଥିବା ନକଲି ମେଡ଼ିସିନ ଟେଲମା-୪୦, ଟେଲମା-ଏମ ଆଦି ଔଷଧ ବିହାରର ଗୟାସ୍ଥିତ ଗ୍ଲେନମାର୍କ କମ୍ପାନୀର ଫ୍ୟାକ୍ଟ୍ରିରୁ ଆସୁଛି। ଏନେଇ ବିହାର ଡ୍ରଗ କଣ୍ଟ୍ରୋଲରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ମିଳିନଥିବା ଚିଠିରେ ଲେଖିଛନ୍ତି।

ନକଲି ଔଷଧର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଗଠନ କରିଛନ୍ତି। ଟିମ୍‌ରେ ଆସିଷ୍ଟାଣ୍ଡ ଡ୍ରଗ କଣ୍ଟ୍ରୋଲରଙ୍କ ସମେତ ଦୁଇ ଜଣ ପୋଲିସ ଅଫିସର ଅଛନ୍ତି। ଟିମ୍‌ ବିହାରରେ ଥିବା ବେଳେ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିହାର ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।.

Leave A Reply

Your email address will not be published.