ବାରବାଟୀ ମ୍ୟାଚ ପୂର୍ବରୁ କମିଶନରେଟ ପୋଲିସର ବୈଠକ: ଖେଳାଳିଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ଉପରେ ହେବ ଆଲୋଚନା

ଭୁବନେଶ୍ୱର : କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରି ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଦିନିକିଆ କ୍ରିକେଟ୍ ପୂର୍ବରୁ ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ଏଥିରେ ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବେ । ବୈଠକରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ନେଇ ଆଲୋଚନା ହେବ ।
ସେହିପରି ଉଭୟ ଦଳର ଖେଳାଳି ଭୁବନେଶ୍ୱର ମେ ଫେୟର ହୋଟେଲରେ ରହିବାର ବ୍ୟବସ୍ଥା ହୋଇଛି । ଏବେଠୁ ପୁରା ହୋଟେଲ ବୁକିଂ ହୋଇସାରିଛି । ଏପରିକି ବିମାନ ବନ୍ଦରରୁ ହୋଟେଲ ଓ ହୋଟେଲରୁ ବାରବାଟୀ ଷ୍ଟାଡିୟମକୁ ଯିବା ଆସିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ଖେଳାଳିଙ୍କ ବାରବାଟୀ ଯିବା ଓ ଆସିବା ବେଳେ କିପରି ଟ୍ରାଫିକ ପରିଚାଳନା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହେବ ସେ ନେଇ ଆଜି ବୈଠକରେ ଆଲୋଚନା କରାଯିବ ।
ଅନ୍ୟପଟେ ବାବାଟୀରେ ଟିକେଟ ପାଇଁ ଠେଲାପେଲା ସହ ଦଳାଚକଟା ସ୍ଥିତି ଉପୁଜୁଛି । ବାରିକେଡ ଉପରେ ଚଢ଼ିଲେ ଟିକେଟ ଆଶାୟୀ । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନିଜେ କଟକ ଡିସିପି ଜଗମୋହନ ମୀନା ଧାଡ଼ି ବାଟରେ ରହି ଭିଡ କରୁଥିବା ଜନସାଧାରଣଙ୍କୁ ବାହାରକୁ ନେଇ ଯାଉଛନ୍ତି ।
ଆହୁରି ପଢନ୍ତୁ : ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ, ରାତି ଅନିଦ୍ରା ହୋଇ ଲାଇନ ଲଗାଇଛନ୍ତି କ୍ରିକେଟ ପ୍ରେମୀ