ରାଜ୍ୟ

ମାଲିକେ ମନ୍ଦିର ପ୍ରାଙ୍ଗଣରେ କୁକୁରକୁ ଝାଡ଼ା ବସାଇଥିଲେ, ଏବେ କମିଶନରେଟ ପୋଲିସ ତାଙ୍କ କଥା ବୁଝିବେ

ଭୁବନେଶ୍ବର(କେନ୍ୟୁଜ୍): ପୁରୁଣା ଭୁବନେଶ୍ବର ସ୍ଥିତ ବକ୍ରେଶ୍ବର ମନ୍ଦିର ଭିତରେ କୁକୁରକୁ ମଳତ୍ୟାଗ କରାଇବା ଘଟଣା, କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ। ଆଜି ସକାଳୁ ଜଣେ ବ୍ୟକ୍ତି ନିଜ ପାଳିତ କୁକୁରକୁ ଭୁବନେଶ୍ବରର ବକ୍ରେଶ୍ବର ମନ୍ଦିର ପ୍ରାଙ୍ଗଣରେ ମଳତ୍ୟାଗ କରାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହକୁ ଅନେକ ଲୋକେ ସେୟାର ଓ କମେଣ୍ଟ କରିଥିଲେ।  ଏହି ପୋଷ୍ଟଟି କମିଶନରରେଟ ପୋଲିସ ନଜରକୁ ଆସିବା ପରେ ଏଭଳି ଆଚରଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ବିଟ୍ ଯୋଗେ କୁହାଯାଇଛି।

ସୂଚନା ଯୋଗ୍ୟ ଯେ ଆଜି ସକାଳୁ ଫେସବୁକରେ ଏକ ଫଟୋ ଖୁବ୍ ଜୋରରେ ଭାଇରଲ ହେଉଥିଲା। ଯେଉଁ ଫଟୋରେ ଜଣେ ବ୍ୟକ୍ତି ନିଜ ପାଳିତ କୁକୁରକୁ  ପୁରୁଣା ଭୁବନେଶ୍ବରର ବକ୍ରେଶ୍ବରର ମନ୍ଦିର ପ୍ରାଙ୍ଗଣରେ ମଳତ୍ୟାଗ କରାଉଥିବାର ଦେଖିବାକୁ ମିଳିଥିଲା । ଏହି ଫଟୋ ପୋଷ୍ଟଟି ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ  ହୋଇଥିଲା। ଏହି ଘଟଣା  ସମ୍ପର୍କରେ କମିଶନରେଟ ପୋଲିସ ଜାଣିବାପରେ  ସେହି ଭଦ୍ର ବ୍ୟକ୍ତିଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି। ଏହି  ପୋଷ୍ଟ ପରେ ଅନେକ ସଂସ୍କୃତି ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago