ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ, ଜଣେ ମହିଳାଙ୍କ ସମେତ ୭ ଗିରଫ

ଭୁବନେଶ୍ୱର (କେନ୍ୟୁଜ): କମିଶନରେଟ ପୋଲିସର ଅପରେସନ ହଟ୍‌ ପର୍‌ସୁଟ୍‌ । ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ । ଜଣେ ମହିଳାଙ୍କ ସମେତ ୭ ଡକାୟତ ଗିରଫ । ସେମାନଙ୍କ ନିକଟରୁ ୧୪ଟି ସୁନା ଚେନ୍‌, ୧୬ଟି ମୁଦି,୨ କେଜି ୩ଶହ ଗ୍ରାମର ରୂପା ଅଳଙ୍କାର ଓ ୨ଟି ବାଇକ୍‌ ଜବତ କଲା ପୋଲିସ । ଏମାନଙ୍କ ନାଁରେ କମିଶନରେଟ ପୋଲିସରେ ଏକାଧିକ ମାମଲା ରହିଛି ।

ଭୁବନେଶ୍ୱର, ନୟାଗଡ଼ ଓ ଖୋର୍ଦ୍ଧାରେ ମଧ୍ୟ ମାମଲା ରହିଛି । ସମସ୍ତ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଚକରା ବାରିକ ଗ୍ୟାଙ୍ଗର ସଦସ୍ୟ । ତେବେ ଆବଶ୍ୟକ ପଡ଼ିଲେ କିଛି ସଦସ୍ୟଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଏନେଇ ପ୍ରେସମିଟରେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.