ବୟ ଫ୍ରେଣ୍ଡ ଆକାଉଣ୍ଟକୁ ୯୭ ଲକ୍ଷ ଟଙ୍କା ପଠାଇବା ଘଟଣା: ପାୟଲ ମହାପାତ୍ରଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ): ବୟ ଫ୍ରେଣ୍ଡ ଆକାଉଣ୍ଟକୁ ୯୭ ଲକ୍ଷ ଟଙ୍କା ପଠାଇବା ଘଟଣାରେ ପାୟଲ ମହାପାତ୍ରଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଭୁବନେଶ୍ୱରର ଏକ ଘରୋଇ କଲେଜର ଲେଡି ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ପାୟଲ ବୟଫ୍ରେଣ୍ଡକୁ ଟଙ୍କା ପଠାଉଥିଲେ । ବର୍ଷକ ଭିତରେ ୯୭ ଲକ୍ଷ ଟଙ୍କା ଫୋନ ପେ ଜରିଆରେ ପଠାଇଥିଲେ ।

ଟଙ୍କା ଗାଏବ ନେଇ କଲେଜ କର୍ତ୍ତୃପକ୍ଷ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ହଡପ ଟଙ୍କା ବିହାରରେ ଥିବା ପ୍ରେମିକ ପାଖକୁ ପଠାଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.