ରାଜ୍ୟ

ମାତ୍ର ୫ ବର୍ଷରେ କେମିତି ଉପାର୍ଜନ କଲେ ଏତେ ଟଙ୍କା? ଅର୍ଚ୍ଚନାଙ୍କ ମନି ଟ୍ରେଲ ନେଇ ଅଧିକ ତଦନ୍ତ ପାଇଁ EOWର ସହାୟତା ନେବ କମିଶନରେଟ ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ଖୋଲୁଛି ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ମାୟାଜାଲର ଗୁମର । ଦିନ ଗଡୁଛି, ତାଲିକା ଲମ୍ବୁଛି। ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ରହସ୍ୟ । ଏକାଧିକ ଲୋକଙ୍କୁ ପଚରାଉଚରା କରି ତଥ୍ୟ ହାସଲ କରୁଛି ପୋଲିସ । ମାତ୍ର ୫ ବର୍ଷରେ କେମିତି ଉପାର୍ଜନ କଲେ ଏତେ ଟଙ୍କା। କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କ ଅର୍ଥ କାରବାର ନେଇ ତଦନ୍ତ କରୁଛି। ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଚାଲିଛି ଖୋଳତାଡ।

ଅର୍ଚ୍ଚନାର ମନି ଟ୍ରେଲ ନେଇ ଅଧିକ ତଦନ୍ତ ପାଇଁ EOW ର ସହାୟତା ନେବ କମିଶନରେଟ ପୋଲିସ। ଏପଟେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ର କେଉଁଠି? କେଉଁଠି ଆତ୍ମଗୋପନ କରିଛନ୍ତି ? ସେ ଧରାପଡ଼ିଲେ ବ୍‌୍ଲାକମେଲିଂର ଅଧିକ ରହସ୍ୟ ଖୋଲିପାରେ । ଖଗେଶ୍ୱରକୁ ଧରିବା ପାଇଁ ପୋଲିସ ସ୍ପେସାଲ୍‌ ଟିମ୍‌ ଗଠନ କରିଥିବା ସୂଚନା ମିଳିଛି । ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ନାଁରେ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା ।

ବର୍ତ୍ତମାନ ସୁଦ୍ଧା ଅର୍ଚ୍ଚନା ବିରୋଧରେ ଦାୟର ଦୁଇଟି ଏତଲା ଉପରେ ତଦନ୍ତ ଚାଲିଛି । ଏକାଧିକ ଲୋକଙ୍କୁ ପଚରାଉଚରା କରି ତଥ୍ୟ ହାସଲ କରୁଛି ପୋଲିସ । ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ପୋଲିସ ପଚରାଉଚୁରା କରିସାରିଛି। ତାଙ୍କ ବୟାନ ମଧ୍ୟ ରେକର୍ଡ ହୋଇଥିବା ମଧ୍ୟ ସୂଚନା ମିଳିଛି। ପୁଣି ଥରେ ଅକ୍ଷୟ ପରିଜା, ପୀଡ଼ିତା ଯୁବତୀଙ୍କୁ ପଚରା ଉଚୁରା କରିବ କମିଶନରେଟ ପୋଲିସ। ଅର୍ଚ୍ଚନାଙ୍କ ସେକ୍ସ ରାକେଟର କାରବାର ରାଜ୍ୟ ବାହାରକୁ ଲମ୍ବିଛି। ସେ ନେଇ ମଧ୍ୟ ଖୋଳତାଡ କରୁଛି ପୋଲିସ। ଆବଶ୍ୟ ହେଲେ ଅର୍ଚ୍ଚନଙ୍କ ରିମାଣ୍ଡ ଆବେଦନ କରିବ।

Sonalisa

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

2 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

4 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

4 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

7 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

8 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

8 hours ago