ୟୁଟ୍ୟୁବ ଶିଖାଇଥିଲା ଲୁଟର ତରିକା, ଧରାପଡିଲେ ରାଜଧାନୀରେ ମେଡିସିନ୍ ଦୋକାନରୁ ଲୁଟ କରୁଥିବା ଲୁଟେରା ଗ୍ୟାଙ୍ଗ୍

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ଧରାପଡ଼ିଲେ ରାଜ୍ୟ ବାହରର ୪ ଜଣିଆ ଲୁଟେରା ଗ୍ୟାଙ୍ଗ । ସ୍ପେଶାଲ ସ୍କ୍ଵାଡ ସେମାନଙ୍କୁ ଗିରଫ କରିଛି । ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ନିକଟରୁ ୪ଟି ମୋବାଇଲ ଫୋନ, ୩୯ହଜାର ଟଙ୍କା, ଆଧାର କାର୍ଡ, ଲୁଟ୍‌ରେ ବ୍ୟବହୃତ ଗାଡି ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାଜଧାନୀରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ । କାମ ନମିଳିବାରୁ ୟୁଟ୍ୟୁବ ଦେଖି ଶିଖିଥିଲେ ଲୁଟ ତରିକା । ଲୁଟେରାମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ଲୁଟ ପୂର୍ବରୁ ଲୁଟେରା କରୁଥିଲେ ରସଗୋଲା ଭୋଗ । ଖାଲି ରାଜଧାନୀ ନୁହେଁ ଏମାନେ ଗଂଜାମ ଅଞ୍ଚଳରେ ଲୁଟ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଭୁବନେଶ୍ଵର ଆସି ଅଶୋକ ନଗର ଅଞ୍ଚଳରେ ଏକ ଲଜରେ ରହି ଅପରେସନ କରିଥିଲେ । ବିଶେଷକରି ମେଡ଼ିସିନ ଦୋକାନଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଭୁବନେଶ୍ୱର ପରେ କଟକ ଥିଲା ଏମାନଙ୍କ ଟାର୍ଗେଟ । ପୋଲିସ ତା ପୂର୍ବରୁ ଲୁଟେରାଙ୍କୁ କାବୁ କରିଛି । ପଶ୍ଚିମବଙ୍ଗରେ ମଧ୍ୟ ଏହି ୪ ଜଣଙ୍କ ନାମରେ ମାମଲା ରହିଛି ।

ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା । ଗ୍ରାହକ ବେଶରେ ଆସି ଲୁଟିନେଲେ ଲକ୍ଷାଧିକ ଟଙ୍କା । ସହିଦ ନଗର ଥାନା ଟଙ୍କପାଣି ଅଞ୍ଚଳରେ ଲୁଟ୍‌ ହୋଇଛି। ଅନ୍ନପୂର୍ଣ୍ଣା ଇଣ୍ଟେରିଅର ବ୍ୟବସାୟୀଙ୍କୁ ଟାର୍ଗେଟ କରିଛି ଲୁଟେରା । ପ୍ଲାଏ କିଣିବାକୁ ଆସି କ୍ୟାସବାକ୍ସରୁ ଲକ୍ଷାଧିକ ଟଙ୍କା ନେଇ ଛୁ ମାରିଛି ଲୁଟେରା । ଘଟଣାର ଚିତ୍ର ସିସିଟିଭ କ୍ୟାମେରାରେ କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ।

 

Leave A Reply

Your email address will not be published.